Site icon ଆଜିକାଲି

ସୁପ୍ରିମକୋର୍ଟକୁ ମିଳିଲା ଆଉ ଦୁଇ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟକୁ ମିଳିଲା ଆଉ ଦୁଇ ବିଚାରପତି। ହାଇକୋର୍ଟର ଦୁଇଜଣ ମୁଖ୍ୟ ବିଚାରପତିଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଜଜ୍ ଭାବେ ପଦୋନ୍ନତି ଦିଆଯାଇଛି । ଏଥିସହ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସଂଖ୍ୟା ଏହାର ପୂର୍ଣ୍ଣ କ୍ଷମତା ୩୪ରେ ପହଞ୍ଚିଛି।

ସୁପ୍ରିମକୋର୍ଟକୁ ପଦୋନ୍ନତି ହୋଇଥିବା ଦୁଇ ଜଣ ବିଚାରପତି ହେଲେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଓ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାର । ଆଇନ ମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟ କରି ସୁପ୍ରିମକୋର୍ଟର ଏହି ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ସୂଚନା ଦେଇଛନ୍ତି ।

ଗତ ମାସରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ରାଜେଶ ବିନ୍ଦଲ ଓ ଜଷ୍ଟିସ ଅରବିନ୍ଦ କୁମାରଙ୍କ ନାମ ସୁପାରିସ କରିଥିଲା । ସୂଚନା ଯେ, ଗତ ସପ୍ତାହରେ ସୁପ୍ରିମକୋର୍ଟରେ ୫ ଜଣ ବିଚାରପତି ନିଯୁକ୍ତ ହୋଇଥିଲେ ।

Exit mobile version