Site icon ଆଜିକାଲି

ଏଥର ଓଡ଼ିଶାର ଦୁଇ ଶିକ୍ଷକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ : ଏଥର ଓଡ଼ିଶାର ଦୁଇ ଜଣ ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ଶଶିଶେଖର କରଶର୍ମା ଓ ସୁବାସ ଚନ୍ଦ୍ର ରାଉତ। ଶଶିଶେଖର କରଶର୍ମା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ । ସୁବାସ ଚନ୍ଦ୍ର ରାଉତ ଜଗତସିଂହପୁର ସ୍ଥିତ ବୃନ୍ଦାବନ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି। ଅଭିନବ ଉପାୟରେ ଶିକ୍ଷାଦାନରେ ଉତ୍କର୍ଷତା ହାସଲ ସହ ଓ ସ୍କୁଲ୍ ଡ୍ରପ୍ ଆଉଟ ହ୍ରାସ କରିବାରେ ସହାୟକ ହୋଇଥିବାରୁ ଦୁଇ ଶିକ୍ଷକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର -୨୦୨୩ । ଆସନ୍ତାମାସ ୫ ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଦୁଇ ଶିକ୍ଷକଙ୍କ ସମେତ ଦେଶର ୫୦ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ ।

Exit mobile version