Site icon ଆଜିକାଲି

ଜମ୍ମୁ କାଶ୍ମୀରର ପୁଲୱାମାରେ ଏନକାଉଣ୍ଟର, ଲଶ୍କର କମାଣ୍ଡର ସହ ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଲୱାମା ଜିଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଲଶ୍କର-ଏ-ତଇବାର ଜଣେ ଟପ୍ କମାଣ୍ଡର ରହିଥିବା ଜଣାପଡିଛି।

ସୂଚନାନୁସାରେ, ପୁଲୱାମା ଜିଲାର ଲାରୋ-ପରିଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପ୍ୟାରୀଗାମ ଗ୍ରାମରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ଅଗଷ୍ଟ ୫ ତାରିଖରୁ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ଏବଂ ଜାମ୍ମୁ କାଶ୍ମୀର ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ । ସମ୍ପ୍ରତି ସୁରକ୍ଷା ବାହିନୀ ଏହି ଏନକାଉଣ୍ଟରରେ ସଫଳତା ପାଇଛି। ଏହାପୂର୍ବରୁ ଜୁଲାଇ ୧୮ରେ ହୋଇଥିବା ଏନକାଉଣ୍ଟରରେ ୪ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷା ବାହିନୀ। ଉକ୍ତ ଏନକାଉଣ୍ଟର ପୁଞ୍ଚର ସିନ୍ଧ୍ରା ଅଞ୍ଚଳରେ ଘଟିଥିଲା।

Exit mobile version