Site icon ଆଜିକାଲି

ମିଆମି ମାଷ୍ଟର୍ସ ଜିତିଲେ ଦୁଇ ଥର ୱିମ୍ବଲଡନ୍‌ ବିଜୟିନୀ ପେଟ୍ରା କ୍ବିତୋଭା

ମିଆମି : ମିଆମି ଓପନ୍‌ ପ୍ରତିଯୋଗିତାର ମହିଳା ଏକକ ଟ୍ରଫି ଜିତିଲେ ଦୁଇ ଥର ୱିମ୍ବଲଡନ୍‌ ବିଜୟିନୀ ପେଟ୍ରା କ୍ବିତୋଭା। ଫାଇନାଲ୍‌ରେ ଏହି ଚେକ୍‌ଗଣରାଜ୍ୟ ଖେଳାଳି ୭-୬ (୧୪), ୬-୨ ସେଟ୍‌ରେ ଦଶମ ମାନ୍ୟତାପ୍ରାପ୍ତ କାଜଖସ୍ତାନର ଏଲିନା ରିବାକିନାଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ପଞ୍ଚଦଶ ମାନ୍ୟତାପ୍ରାପ୍ତ କ୍ବିତୋଭା ପ୍ରଥମ ଥର ମିଆମି ଓପନ୍‌ ମୁକୁଟ ଏବଂ ନବମ ଡବ୍ଲୁଟିଏ ୧୦୦୦ ଟ୍ରଫି ନିଜ ନାମରେ କରିଥିଲେ।

୨୦୧୧ ଓ ୨୦୧୪ ୱିମ୍ବଲଡନ୍‌ରେ ଟ୍ରଫି ଜିତିଥିବା ୩୩ ବର୍ଷୀୟା କ୍ବିତୋଭା ଏହି ବିଜୟ ସହ ୨୦୨୧ ସେପ୍ଟେମ୍ବର ପରେ ପ୍ରଥମ ଥର ଲାଗି ଡବ୍ଲୁଟିଏ ମାନ୍ୟତାର ଶୀର୍ଷରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଏହି ପରଜାୟ ପରେ ଇଣ୍ଡିଆନ୍‌ ୱେଲ୍‌ ବିଜୟିନୀ ରିବାକିନାଙ୍କ ‘ସନ୍‌ସାଇନ୍‌ ଡବଲ୍‌’ ଆଶା ଅଟକି ଯାଇଛି। ଏଥିସହ ୱିମ୍ବଲଡନ୍‌ ବିଜୟିନୀଙ୍କର ମଧ୍ୟ ଲଗାତାର ୧୩ ବିଜୟରେ ରୋକ ଲାଗିଛି।

Exit mobile version