Site icon ଆଜିକାଲି

ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌: ଭାରତର କ୍ରମାଗତ ଦ୍ବିତୀୟ ବିଜୟ

ବେନୋନି : ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତର କ୍ରମାଗତ ଦ୍ବିତୀୟ ବିଜୟ। ସୋମବାର ଗ୍ରୁପ୍‌ ଡି ମ୍ୟାଚ୍‌ରେ ୟୁଏଇକୁ ୧୨୨ ରନ୍‌ରେ ହରାଇ ଏକ ବଡ଼ ବିଜୟ ହାସଲ କଲା ଭାରତ ।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୯ ରନର ବିଶାଳ ସ୍କୋର୍ କରିଥିଲା। କ୍ୟାପଟେନ ଶେଫାଳି ବର୍ମା ଭାରତ ତରଫରୁ ସର୍ବାଧିକ ୭୮ ରନ୍ ସଂଗ୍ରହ କରିଥିଲେ। ଶ୍ୱେତା ସେରାୱତ ୭୪ ଓ ରିଚା ଘୋଷ ୪୯ ରନ୍ କରିଥିଲେ। ଜବାବରେ ୟୁଏଇ ଦଳର ଆରମ୍ଭ ଖରାପ ହୋଇଥିଲା। ଦଳ ମାତ୍ର ୪୦ ରନରେ ତିନି ୱିକେଟ୍ ହରାଇଥିଲା । ୟୁଏଇର କୌଣସି ବ୍ୟାଟ୍ସମ୍ୟାନ୍ ୩୦ ରନ୍ ମଧ୍ୟ ଛୁଇଁ ପାରିନଥିଲେ। ଦଳ ପକ୍ଷରୁ ମିହିକା ଗୌର ସର୍ବାଧିକ ୨୬ ରନ୍ ସଂଗ୍ରହ କରିଥିଲେ। ୟୁଏଇ ୫ ୱିକେଟ୍ ହରାଇ ମାତ୍ର ୯୭ ରନ୍ କରିବାକୁ ସକ୍ଷମ ହୋଇଥିଲା।

Exit mobile version