Site icon ଆଜିକାଲି

ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ‌ଜୋ ବାଇଡେନ୍‌ଙ୍କୁ ଭେଟିଲେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି

President Joe Biden speaks with Ukrainian President Volodymyr Zelenskyy as they meet in the Oval Office of the White House, Wednesday, Dec. 21, 2022, in Washington. (AP Photo/Patrick Semansky)

ଓ୍ୱାଶିଂଟନ୍ : ହ୍ୱାଇଟ୍ ହାଉସ୍ ପରିସରରେ ରାଷ୍ଟ୍ରପତି ‌ଜୋ ବାଇଡେନ୍‌-ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ସାକ୍ଷାତ । ଆମେରିକାର ସହଯୋଗ ପୁଣି ଥରେ ଲୋଡ଼ିଲା ୟୁକ୍ରେନ୍‌ । ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ନିବେଦନ କଲେ ଜେଲେନସ୍କି । ବାଇଡେନ ମଧ୍ୟ ୟୁକ୍ରେନକୁ ସମର୍ଥନ ସହ ଅସ୍ତ୍ରଶସ୍ତ୍ର ଦେବାକୁ ଘୋଷଣା କରିଥିବା ଜଣାପଡିଛି।

ଥମୁନି ରୁଷ ୟୁକ୍ରେନ୍ ଯୁଦ୍ଧ । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ବର୍ତ୍ତମାନ ପୁଣି ଆମେରିକାର ସହୋଯଗ ଲୋଡ଼ିଛି ୟୁକ୍ରେନ୍ । ୟୁକ୍ରେନକୁ ସମର୍ଥନ ସହ ଅସ୍ତ୍ରଶସ୍ତ୍ର ଯୋଗାଇଦେବାରକୁ କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଜୋ ବାଇଡେନ ମଧ୍ୟ ୟୁକ୍ରେନକୁ ସମର୍ଥନ ଜଣାଇବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦୋବକୁ ଘୋଷଣା କରିଛନ୍ତି । ତାହାସହ ଆମେରିକା ୟୁକ୍ରେନ୍ ପାଇଁ ୧.୮ ବିଲିୟନ ଡଲାରର ଅତିରିକ୍ତ ସାମରିକ ସହାୟତା ଘୋଷଣା କରିଛି । ଜେଲେନସ୍କି ଏଥିପାଇଁ ଜୋ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରୁଷ-ୟୁକ୍ରେନ୍ ଯୁଦ୍ଧର ୩୦୦ ଦିନ ପରେ ପ୍ରଥମ ଥର ପାଇଁ ଜେଲନସ୍କି ଆମେରିକା ଗସ୍ତ କରିଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ ବାଇଡେନ ତାଙ୍କୁ ହ୍ୱାଇଟ ହାଉସକୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି । ଜେଲେନସ୍କି ଓ ବାଇଡେନଙ୍କ ସାକ୍ଷାତ ସମୟରେ ଜୋ ବାଇଡେନ୍ ଉଭୟ ଦେଶର ଯୁଦ୍ଧ ଉପରେ ପ୍ରତିକ୍ରିୟା ରଖିଥିଲେ । ଜୋ ବାଇଡେନ୍‌ କହିଥିଲେ ରୁଷ ୩୦୦ ଦିନ ହେଲା ୟୁକ୍ରେନ୍‌ ଉପରେ ଆକ୍ରମଣ କରିଆସୁଛି । ଯାହାକି ବିଶ୍ୱାସ ହେଉନାହିଁ । ନୀରିହ ୟୁକ୍ରେନ ବାସୀଙ୍କ ଉପରେ ରୁଷର ଏହି ଆକ୍ରମଣ ଭୟଭୀତ କରିବା ଛଡ଼ା ଅନ୍ୟକିଛି କାରଣ ହୋଇନପାରେ ।

Exit mobile version