Site icon ଆଜିକାଲି

ଅଲ୍ଟିମେଟ୍ ଖୋ ଖୋ ସିଜିନ-୨ : ଚେନ୍ନାଇ କୁଇକ୍‌ ଗନ୍ସକୁ ହରାଇ ଗୁଜରାଟ ଜାଏଣ୍ଟସ ଚାମ୍ପିଅନ୍‌

କଟକ : ଅଲ୍ଟିମେଟ୍ ଖୋ ଖୋ ସିଜିନ-୨ରେ ଚାମ୍ପିଅନ୍‌ ହେଲା ଗୁଜୁରାଟ ଜାଏଣ୍ଟସ। ଫାଇନାଲ ମୁକାବିଲାରେ ଚେନ୍ନାଇ କୁଇକ୍‌ ଗନ୍ସକୁ ୩୧-୧୬ ପଏଣ୍ଟରେ ହରାଇ ଗୁଜୁରାଟ ଜାଏଣ୍ଟସ ଚାମ୍ପିଅନ ହୋଇଛି । ଚାମ୍ପିଅନ୍‌ ଗୁଜରାଟ ଦଳକୁ ୧କୋଟି, ରନର୍ସ ଅପ୍‌ ଚେନ୍ନାଇ କୁଇକ୍‌ ଗନ୍ସକୁ ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

କଟକ ଜବାହାରଲାଲ ନେହେରୁ ଇଣ୍ଡର୍ ଷ୍ଟାଡିୟମ୍ ରେ ଆଜି ଗୁଜୁରାଟ ଜାଏଣ୍ଟସ ବନାମ ଚେନ୍ନାଇ କୁଇକ ଗନ୍ସ ମଧ୍ୟରେ ଖେଳା ଯାଇଥିଲା ଖୋ ଖୋ ସିଜିନ ୨ ର ଫାଇନାଲ ମହାମୁକାବିଲା । କଡ଼ା ଟକ୍କର ଭରା ଏହି ମହାମୁକାବିଲାକୁ ଗୁଜୁରାଟ ଜାଏଣ୍ଟସ ୩୧ -୨୬ ପଏଣ୍ଟରେ ଚେନ୍ନାଇ କୁଇକ୍ ଗନ କୁ ପରାସ୍ତ କରିଛି। ସେହିଭଳି ତୃତୀୟ ସ୍ଥାନ ପାଇଁ ଆୟୋଜିତ ମ୍ୟାଚ୍ ରେ ସିଜିନ ୧ର ଚାମ୍ପିଅନ ତଥା ଘରୋଇ ଦଳ ଓଡ଼ିଶା ଜାଗର ନଟ ତେଲୁଗୁ ଯୋଦ୍ଧାଙ୍କୁ ହରାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। କଟକ ର ଦର୍ଶକ ଓ ଏଠାକାର କ୍ରୀଡା ଆୟୋଜନ କୁ ପ୍ରଶଂସା କରିଛନ୍ତି ଆୟୋଜକ ଓ ଖେଳାଳି।

ତେବେ ଉଦ୍‌ଯାପନୀ ଉତ୍ସବରେ ଚାମ୍ପିଅନ୍‌ ଗୁଜରାଟ ଦଳକୁ ୧କୋଟି, ରନର୍ସ ଅପ୍‌ ଚେନ୍ନାଇ କୁଇକ୍‌ ଗନ୍ସକୁ ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ତୃତୀୟ ସ୍ଥାନରେ ରହିଥିବା ଓଡ଼ିଶା ଜଗରନଟ୍ସକୁ ୩୦ଲକ୍ଷ ଟଙ୍କାର ପୁରସ୍କାର ମିଳିଥିଲା । ସଙ୍କେତ କଦମ୍‌ ଶ୍ରେଷ୍ଠ ଆଟାକର୍‌, ବିଜୟ ସିନେ୍ଧ ଶ୍ରେଷ୍ଠ ଡିଫେଣ୍ଡର ଭାବେ ପୁରସ୍କୃତ ହୋଇଥିଲେ । ସେହିପରି ସୂୟଶ ଗରଗଟେ ଅଲ୍‌ଟିମେଟ୍‌ ଖୋ ଅଫ୍‌ ଦ ମ୍ୟାଚ୍‌, ପ୍ରତୀକ ୱାଇକର୍‌ ଆଟାକର୍‌ ଅଫ୍‌ ଦ ସିଜନ, ଆଦିତ୍ୟ ଗନପୁଲେ ଡିଫେଣ୍ଡର ଅଫ୍‌ ଦି ସିଜନ ଏବଂ ରାମଜୀ କଶ୍ୟପ୍‌ଙ୍କୁ ପ୍ଲେୟାର୍‌ ଅଫ୍‌ ଦି ସିଜନ ପୁରସ୍କାର ପ୍ରଦାନ କରାଯାଇଥିଲା ।

Exit mobile version