Site icon ଆଜିକାଲି

୨୦ ବର୍ଷରୁ କମ୍ ଫୁଟବଲ ଚାମ୍ପିଅନ, ବାଂଲାଦେଶକୁ ୫-୨ ଗୋଲରେ ହରାଇଲା ଭାରତ

ଭୁବନେଶ୍ୱର : ଭାରତ ପୁଣିଥରେ ୨୦ ବର୍ଷରୁ କମ୍ ସାଫ୍ ଫୁଟବଲରେ ଚାମ୍ପିଅନ ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲରେ ଭାରତ, ବାଂଲାଦେଶକୁ ୫-୨ ଗୋଲରେ ପରାସ୍ତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫାଇନାଲ ମ୍ୟାଚ ଦେଖିଥିଲେ। ଫାଇନାଲ ମ୍ୟାଚ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦଳର ଖେଳାଳିମାନଙ୍କ ସହ ପରିଚୟ କରାଯାଇଥିଲା। ଭାରତୀୟ ଦଳ ଲିଗ୍ ମ୍ୟାଚରେ ବାଂଲାଦେଶଠୁ ହାରିଥିଲେ ମଧ୍ୟ ଫାଇନାଲରେ ଉଚ୍ଚକୋଟୀର ଖେଳି ବଡ ବ୍ୟବଧାନରେ ବିଜୟୀ ହୋଇଛି ।

Exit mobile version