Site icon ଆଜିକାଲି

ମୁସଲିମ ଲିଗ୍ (ଜେକେ)କୁ ବ୍ୟାନ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମୁସଲିମ ଲିଗ୍ (ମସରତ ଆଲାମ ଗୋଷ୍ଠୀ) (ଏମ୍ଏଲଜେକେ-ଏମ୍ଏ)କୁ ବୁଧବାର କେନ୍ଦ୍ର ସରକାର ନିଷିଦ୍ଧ ସଂଗଠନ ଭାବେ ଘୋଷଣା କରିଛନ୍ତି । ଦେଶ ବିରୋଧୀ ତଥା ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ତଥା ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ ପାଇଁ ମୁସଲିମ ଲିଗ୍ ବିରୋଧରେ ଏହି ପଦକ୍ଷେପ ନେଇଛନ୍ତି ସରକାର।

ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ଅନୁଯାୟୀ ଏମ୍ଏଲଜେକେ-ଏମ୍ଏ ଉପରେ ଏହି ନିଷେଧାଦେଶ ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ବାର୍ତ୍ତା ବେଶ୍ ସ୍ପଷ୍ଟ। ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବିରୋଧରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ।

ଶାହା ଏକ ପୋଷ୍ଟରେ କହିଛନ୍ତି, ଏହି ସଂଗଠନ ଏବଂ ଏହାର ସଦସ୍ୟମାନେ ଜମ୍ମୁ କାଶ୍ମୀରରେ ରାଷ୍ଟ୍ର ବିରୋଧୀ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଛନ୍ତି ଏବଂ ଜମ୍ମୁ କାଶ୍ମୀରରେ ଇସଲାମୀୟ ଶାସନ ପ୍ରତିଷ୍ଠା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି।

Exit mobile version