Site icon ଆଜିକାଲି

ଆଜି ପ୍ରୟାଗରାଜରେ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଲକ୍ଷ୍ନୌ : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଶନିବାର ଉତର ପ୍ରଦେଶର ପ୍ରୟାଗରାଜ ଠାରୁ ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଷ୍ଟ୍ରବ୍ୟାପୀ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନର ଶୁଭାରମ୍ଭ କରିବେ । ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ସାରା ଦେଶରେ ୭୪୪ ଜିଲ୍ଲା ଗୁଡିକର ୬ ଲକ୍ଷ ଗ୍ରାମ ଗୁଡିକରେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ (ଏନ୍‌ୱାଇକେଏସ୍‌ ଦ୍ୱାରା ଅନୁବନ୍ଧିତ ୟୁଥ୍ କ୍ଲବ୍ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ସଂସ୍ଥା ଗୁଡିକର ନେଟୱର୍କ ମାଧ୍ୟମରେ ଆୟୋଜିତ କରାଯାଉଛି । ଯୁବ ବ୍ୟାପାର ବିଭାଗ ସ୍ୱଚ୍ଛ ଭାରତ ୨୦୨୨ ମାଧ୍ୟମରେ ୧ କୋଟି କିଲୋ ପ୍ଲାଷ୍ଟିକ୍ ବର୍ଜ୍ୟକୁ ଏକାଠି କରିବା ଏବଂ ଏହାର ପରିଚାଳନା କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ।

ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ୦୧ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଦେଶର ସମସ୍ତ ଜିଲ୍ଲା ଗୁଡିକରେ ସର୍ବସାଧାରଣ ସ୍ଥାନ ଗୁଡିକୁ ଏବଂ ଘର ଗୁଡିକୁ ପରିଷ୍କାର କରିବା ପାଇଁ ଆୟୋଜନ କରିବା, ଯେଉଁଥିରେ ସମାଜର ସମସ୍ତ ବର୍ଗ ଗୁଡିକର ଲୋକ, ସରକାରୀ ସଙ୍ଗଠନ, ଯେଉଁଥିରେ ପିଆରଆଇ ଅନ୍ତର୍ଭୁକ୍ତ ଏବଂ ଅଣ – ସରକାରୀ ସଙ୍ଗଠନ ଗୁଡିକ ସହିତ ସରକାରୀ ସଙ୍ଗଠନ ଗୁଡିକ ଜଡିତ ହୋଇ ନିଜର ଆଖପାଖର ପରିବେଶକୁ ସ୍ୱଚ୍ଛ ଏବଂ ବର୍ଜ୍ୟ ମୁକ୍ତ ରଖିବା ନିମନ୍ତେ ନାଗରିକ ମାନଙ୍କ ମଧ୍ୟରେ ସଚେତନତା ଏବଂ ଗର୍ବର ଭାବନା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିବେ । ଏହା ସହିତ ଏହି ଅଭିଯାନ “ସ୍ୱଚ୍ଛ କାଳ : ଅମୃତ କାଳ” ମନ୍ତ୍ର ପ୍ରଦାନ କରିବ ଏବଂ ଜନ ଭାଗୀଦାରୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନରେ ପରିବର୍ତନ କରିବ ।

Exit mobile version