Site icon ଆଜିକାଲି

ଆଜି ‘ସାଥି’ ପୋର୍ଟାଲକୁ ଲଞ୍ଚ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଆଜି ଦେଶର ମେଧାବୀ ଛାତ୍ରଙ୍କ ଉଦ୍ଦେଶ୍ୟରେ ‘ସାଥି’ ପୋର୍ଟାଲକୁ ଲଞ୍ଚ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଆଇଟି କାନପୁର ପ୍ରସ୍ତୁତ ଏହି ପୋର୍ଟାଲକୁ ଭିସି ଯୋଗେ ଲଞ୍ଚ କରିବେ କେନ୍ଦ୍ରମନ୍ତ୍ରୀ । ଏହି ପୋର୍ଟାଲ ଦ୍ୱାରା ଦେଶର ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ । ଯେଉଁମାନେ ଆର୍ଥିକ ପ୍ରତିବନ୍ଧକ ହେତୁ ଇଞ୍ଜିନିୟରିଂ ଏବଂ ମେଡିକାଲ୍ ପ୍ରବେଶିକା ପରୀକ୍ଷା ଆଇଆଇଟି ଏବଂ ଏନଇଇଟି ପାଇଁ ପ୍ରସ୍ତୁତ ହୋଇପାରୁ ନାହାନ୍ତି ସେଭଳି ଛାତ୍ରଛାତ୍ରୀଙ୍କ ପାଇଁ ଏଥିରେ ମାଗଣାରେ ମିଳିବ କୋଚିଂ ।

ଏଭଳି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆଇଆଇଟି କାନପୁର କେନ୍ଦ୍ର ସରକାରଙ୍କ ତରଫରୁ ସାଥି ପୋର୍ଟାଲ ପ୍ରସ୍ତୁତ କରିଛି । ଏହି ପୋର୍ଟାଲରେ ୧୨ଟି ଭାଷାରେ ବିଷୟବସ୍ତୁ ଏବଂ ଭିଡିଓ ଉପଲବ୍ଧ ରହିଛି । ସାଥି ପୋର୍ଟାଲରେ ୮୦୦ରୁ ଅଧିକ ଭିଡିଓ ଅପଲୋଡ୍ ହୋଇଛି । ଦେଶର ବିଭିନ୍ନ ଅନୁଷ୍ଠାନର ଶିକ୍ଷକମାନଙ୍କ ଦ୍ୱାରା ଏଗୁଡିକ ପ୍ରସ୍ତୁତ କରାଯାଇଛି । ଏଥିରେ ଗଣିତ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନର ଭିଡିଓ ଅପଲୋଡ୍ ହୋଇଛି ।

Exit mobile version