Site icon ଆଜିକାଲି

ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା

ନୂଆଦିଲ୍ଲୀ : ପ୍ରକୃତି ଓ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ପରାମର୍ଶ । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କୁ ଆହ୍ଵାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ଭବିଷ୍ୟତ ପିଢ଼ି ପାଇଁ ପରିବେଶର ସୁରକ୍ଷା କରିବା ଆମର ଏକ ଗୁରୁ ଦାୟିତ୍ୱ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପରିବେଶର ସୁରକ୍ଷା ନାଗରିକ ମାନଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଦ୍ୱାରା ସମ୍ଭବ । ଧରାପୃଷ୍ଠକୁ ସୁସ୍ଥ ରଖିବା ପାଇଁ ସମସ୍ତେ ବ୍ୟକ୍ତିଗତ ସ୍ତରରେ ଯୋଗଦାନ କରିବାକୁ କହିଛନ୍ତି ।

ବୃକ୍ଷରୋପଣକୁ ନିଜ ଭିତରେ ସୀମିତ ନରଖି ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ଵାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ‘ମିଶନ ଲାଇଫ୍‌’ ଆଧାରରେ ସମସ୍ତେ ମିଳିତ ଭାବରେ ପରିବେଶର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ପଦକ୍ଷେପ ନେବା । ସିଓପି ୨୮ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ସମସ୍ତେ ଏକାଠି ହେବା ଓ ଏକ ସବୁଜ ଏବଂ ସ୍ଥାୟୀ ବିଶ୍ୱର ସ୍ୱପ୍ନକୁ ବାସ୍ତବରେ ସାକାର କରିବା ପାଇଁ ଚଳିତ ମୌସୁମୀ ଋତୁରେ ସମସ୍ତେ ୧ କୋଟି ଗଛ ଲଗାଇବାର ସଂକଳ୍ପ ନେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Exit mobile version