Site icon ଆଜିକାଲି

କେନ୍ଦ୍ର ମନ୍ତ୍ରୀଙ୍କ ଅଜବ ବୟାନ, କହିଲେ କଂଗ୍ରେସ ଅମଳରେ ପର୍ଯ୍ୟାପ୍ତ ବିଜୁଳି ନମିଳିବାରୁ ଜନସଂଖ୍ୟା ବଢ଼ିଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିଲେ ମଧ୍ୟ ରାଜ୍ୟରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟକୁ ଏବେ ପ୍ରତିଦିନ ବିଭିନ୍ନ ଦଳର ନେତାଙ୍କ ସୁଅ ଛୁଟୁଛି । ସେମାନେ ଏପରି କିଛି ବୟାନ ଦେଉଛନ୍ତି ଯାହା ସଙ୍ଗେ ସଙ୍ଗେ ଭାଇରାଲ ହେବା ସହ ଗଣମାଧ୍ୟମର ଶିରୋନାମା ପାଲଟୁଛି | ଏବେ ମୋଦୀ ସରକାରଙ୍କ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଏକ ଅଜବ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି ।

କର୍ଣ୍ଣାଟକର ହାସନରେ ଏକ ସଭାରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ କଂଗ୍ରେସ ସରକାର ଅମଳରେ କମ୍ ବିଜୁଳି ମିଳୁଥିଲା । କଂଗ୍ରେସ ସାଧାରଣ ଲୋକଙ୍କୁ ପର୍ଯ୍ୟାପ୍ତ ବିଜୁଳି ଯୋଗାଇ ପାରୁନଥିଲା, ତେଣୁ ଜନସଂଖ୍ୟା ବଢ଼ିଥିଲା ।

ବିଜେପିର ବହୁ ନେତା କର୍ଣ୍ଣାଟକକୁ ଘନଘନ ଗସ୍ତ କରୁଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମାର୍ଚ୍ଚ ୧୨ରେ ଏହି ଦକ୍ଷିଣ ଭାରତୀୟ ରାଜ୍ୟ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହିଦିନ କର୍ଣ୍ଣାଟକର ମାଣ୍ଡ୍ୟା ଓ ହୁବଲି-ଧର୍ମୱାଡ ଜିଲ୍ଲା ଗସ୍ତ କରିବେ। ଗତ ରବିବାର କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ବିଷୟରେ ସୂଚନା ଦେଇଥିଲେ।

ଭିତ୍ତିପ୍ରସ୍ତର ସ୍ଥାପନ ତଥା ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଆରମ୍ଭରୁ ନିୟମିତ ବ୍ୟବଧାନରେ କର୍ଣ୍ଣାଟକ ଗସ୍ତ କରିଛନ୍ତି। ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ଶାସକ ବିଜେପି ନିଜର ଅଭିଯାନକୁ ଜୋରଦାର କରିଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବହୁ ବଡ଼ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।

Exit mobile version