Site icon ଆଜିକାଲି

ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ଅଜିତ୍‌ ପାୱାର, ଚାବି ନ ମିଳିବାରୁ ଧକ୍କା ମାରି କବାଟ ଖୋଲିଥିଲେ ଅସନ୍ତୁଷ୍ଟ କାର୍ଯ୍ୟକାର୍ତ୍ତା

ନୂଆଦିଲ୍ଲୀ : ଅଜିତ୍‌ ପାୱାର ସିନ୍ଦେ ସରକାରରେ ସାମିଲ ହେବା ପରେ ଏନ୍‌ସିପି ଦୁଇ ଭାଗ ହୋଇଯାଇଛି। ଗୋଟିଏ ଦଳ ଶରଦ ପାୱାରଙ୍କର ଏବଂ ଅନ୍ୟଟି ଡେପୁଟି ସିଏମ୍‌ ଅଜିତ ପାୱାରଙ୍କର। ଏହାରି ଭିତରେ ମଙ୍ଗଳବାର ଏନ୍‌ସିପିର ନୂଆ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି ଅଜିତ୍‌ ପାଓ୍ଵାର। ତେବେ ଏଥି ପୂର୍ବରୁ ବିବାଦ ଦେଖା ଦେଇଥିଲା। ଅଜିତ ପାୱାରଙ୍କ ଦଳକୁ ଅଫିସ୍‌ର ଚାବି ନ ମିଳିବାରୁ ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାମାନେ ଧକ୍କା ମାରି କବାଟ ଖୋଲିଥିଲେ।

ଏନ୍‌ସିପି ନେତା ଅଜିତ୍‌ ପାଓ୍ଵାର ଦକ୍ଷିଣ ମୁମ୍ବାଇସ୍ଥିତ ନୂତନ ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହା ମନ୍ତ୍ରାଳୟର ଠିକ୍‌ ସମ୍ମୁଖରେ ରହିଛି। କିନ୍ତୁ ଯେତେବେଳେ ଅଜିତ୍‌ ପାଓ୍ଵାରଙ୍କ ଦଳର ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଚାବି ମିଳି ନ ଥିଲା, ତ ସେମାନେ ରାଗି ଯାଇଥିଲେ। ଫଳରେ ଧକ୍କା ମାରି କବାଟ ଖୋଲିବାକୁ ପଡ଼ିଥିଲା।

Exit mobile version