Site icon ଆଜିକାଲି

ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ : ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ଇଶିତା କିଶୋରୀ ଟପ୍ପର 

ନୂଆଦିଲ୍ଲୀ : ଭାରତୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ମୋଟ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ଇଶିତା କିଶୋରୀ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ ଅଛନ୍ତି । ଉମା ହାରାଥି ତୃତୀୟ ଟପ୍ପର ହୋଇଛନ୍ତି ।

ଓଡିଆ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୩୩ତମ ସ୍ଥାନରେ ଅଛନ୍ତି ଥରୁଣ ପଟ୍ଟନାୟକ ମାଦଳା । ୩୮ତମ ସ୍ଥାନରେ ଅନୁପ ଦାସ, ୪୨ ନମ୍ବରରେ ପ୍ରଣିତା ଦାସ, ୫୬ ନମ୍ବରରେ ଅର୍ଣ୍ଣବ ମିଶ୍ର ଅଛନ୍ତି। ୬୬ ନମ୍ବରରେ କ୍ରିତକା ମିଶ୍ର, ୬୭ରେ କସ୍ତୁରୀ ପଣ୍ଡା, ୭୩ରେ ପଲ୍ଲବୀ ମିଶ୍ର, ୯୭ରେ ପ୍ରଶାନ୍ତ ରାଜ, ୧୦୬ରେ ସିଦ୍ଧାର୍ଥ ମିଶ୍ର ,୧୩୬ରେ ସୌମ୍ୟରଂଜନ ଦାସ, ୧୪୦ରେ ସୋନାଲି ମିଶ୍ର ,୧୬୨ରେ ଦୁର୍ଗା ପ୍ରସାଦ ଅଧିକାରୀ, ୨୬୧ରେ ସତ୍ୟ ପ୍ରକାଶ ମିଶ୍ର, ୫୧୬ରେ ତେଜସ୍ବିନୀ ବେହେରା ଅଛନ୍ତି।

Exit mobile version