Site icon ଆଜିକାଲି

ଚାକିରିରୁ ବିଦା ହେଲେ ପୂଜା ଖେଡକର, ସମସ୍ତ ପରୀକ୍ଷା ଲାଗି ପ୍ରାର୍ଥିତ୍ଵ ରଦ୍ଦ

ନୂଆଦିଲ୍ଲୀ : ଠକେଇ ଏବଂ ଜାଲିଆତି ବଳରେ ଚାକିରି କରି ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ପୂଜା ଖେଡକରଙ୍କ ବିରୋଧରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂଜାଙ୍କୁ ଆଇଏଏସ ଚାକିରିରୁ ବହିସ୍କାର କରାଯିବା ସହିତ ଭବିଷ୍ୟତରେ ସମସ୍ତ ପରୀକ୍ଷା ଲାଗି ତାଙ୍କ ପ୍ରାର୍ଥିତ୍ଵକୁ ରଦ୍ଦ କରାଯାଇଛି।

ୟୁପିଏସସି ପକ୍ଷରୁ ପୂଜାଙ୍କ ଦ୍ଵାରା ଦାଖଲ କରାଯାଇଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିବାବେଳେ ସେ ନାଗରିକ ସେବା ପରୀକ୍ଷା ୨୦୨୨ ନିୟମକୁ ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଛି। ତେଣୁ ଭବିଷ୍ୟତରେ ୟୁପିଏସସିର ସମସ୍ତ ପରୀକ୍ଷା ପାଇଁ ତାଙ୍କ ପ୍ରାର୍ଥିତ୍ଵକୁ ରଦ୍ଦ କରାଯାଇଥିବା ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ପୂଜା କେବଳ ତାଙ୍କ ନିଜ ନାମ ବଦଳାଇ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ପରୀକ୍ଷା ଦେଇନାହାନ୍ତି, ବରଂ ନିଜ ଅଭିଭାବକଙ୍କ ନାମ ମଧ୍ୟ ବଦଳାଇଛନ୍ତି। ଏଭଳି ଜାଲିଆତିକୁ ରୋକାଯିବା ଲାଗି ମାନକ ପରିଚାଳନା ପଦ୍ଧତି(ଏସଓପି)କୁ ଆହୁରି କଠୋର କରାଯିବ ବୋଲି ୟୁପିଏସସି ପକ୍ଷରୁ କୁହାଯାଇଛି।

Exit mobile version