Site icon ଆଜିକାଲି

ଆମେରିକା ସେନାର ଷ୍ଟ୍ରାଇକରେ ୩୦ରୁ ଉର୍ଦ୍ଧ୍ୱ ଇସଲାମିକ୍-ଅଲ୍-ଶବାବ୍ ସଦସ୍ୟ ମୃତ

ନୂଆଦିଲ୍ଲୀ : ସୋମାଲିଆରେ ଆମେରିକା ସେନାର ଷ୍ଟ୍ରାଇକ୍ । ଏହି ଷ୍ଟ୍ରାଇକ୍ ସୋମାଲିଆ ରାଜଧାନୀ ମୋଗାଦିଶୁ ଠାରୁ ୨୬୦ କିଲୋମିଟର ଦୂରରେ ହୋଇଛି । ଏଥିରେ ୩୦ରୁ ଅଧିକ ଇସଲାମିକ୍-ଅଲ୍-ଶବାବ୍ ସଦସ୍ୟ ନିହତ ହୋଇଛନ୍ତି ।

ୟୁଏସ୍ ଆଫ୍ରିକ୍ କମାଣ୍ଡଙ୍କ ରିପୋର୍ଟ ମୁତାବକ, ଏହି ମିଲଟାରୀ ଷ୍ଟ୍ରାଇକ ଶୁକ୍ରବାର ହୋଇଥିଲା । ଏଥିରେ କୌଣସି ସାଧାରଣ ନାଗରିକ ଆହତ ହୋଇନାହାନ୍ତି । ଆମେରିକା ସୁରକ୍ଷାବଳ ସୋମାଲିଆର ରାଷ୍ଟ୍ରୀୟ ସେନାକୁ ସମର୍ଥନ କରି ‘ସାମୁହିକ ଆତ୍ମରକ୍ଷା ହମଲା’ କରିଥିଲା । ସୋମାଲିଆ ସେନା ଏକ ଆକ୍ରମଣ ପରେ ୧୦୦ରୁ ଅଧିକ ଚରମପନ୍ଥଙ୍କ ସହିତ ଲଗାତାର ଲଢେଇ କରିଆସୁଥିଲା । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଅଲ-ଶବାବ ଆତଙ୍କବାଦୀ ସଂଗଠନ ଅଲ-କାଏଦା ସଂଗଠନ ସହିତ ସମ୍ପୃକ୍ତି ରହିଛି ।

ଆତଙ୍କବାଦୀଙ୍କୁ ବିରୋଧ କରି ଆମେରିକା ଲଗାତାର ସୋମାଲିଆ ସରକାରଙ୍କୁ ସମର୍ଥନ କରିଆସୁଛି । ଅଲ-ଶବାବ ସମୂହକୁ ନିପାତ କରିବାକୁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ୨୦୨୨ରେ ସୋମାଲିଆରେ ସେନା ନିୟୋଜିତ ପାଇଁ ମଞ୍ଜୁରୀ ଦେଇଥିଲେ । ପ୍ରାୟ ହଜାରରେ ଅଧିକ ଚରମପନ୍ଥି କିଛି ଦିନ ହେଲା ଦକ୍ଷିଣ ସୋମାଲିଆର କିଛି ଅଞ୍ଚଳକୁ କବଜା କରି ରଖିଥିଲେ ଏବଂ ରାଜଧାନୀ ମୋଗାଦିସୁରେ ବଡ଼ ବଡ଼ ହମଲା କରିଆସୁଛନ୍ତି । ଏନେଇ ଆମେରିକା ସେନା ଚରମପନ୍ଥି ସମୂହକୁ ମୁହଁତୋଡ୍ ଜବାବ ଦେଉଛି । ଆମେରିକା ସେନା ଅଧିକାଂଶ ସମୟରେ ମିଲଟାରୀ ଷ୍ଟ୍ରାଇକ୍ କରୁଛି । ଗତ ଅକ୍ଟୋବରରେ ଆମେରିକା ସୁରକ୍ଷାବଳ ୨ ଅଲ୍-ଶବାବ ଚରମପନ୍ଥିଙ୍କୁ ଏନକାଉଣ୍ଟର କରିଥିଲା । ସେହିପରି ନଭେମ୍ବର ମାସରେ ମୋଗାଦିଶୁ ଠାରୁ ୨୮୫ କିଲୋମିଟର ଦୂରରେ ଆମେରକା ସେନା ଦ୍ବାରା ୧୭ଜଣ ଚରମପନ୍ଥିଙ୍କୁ ନିହତ ହୋଇଛନ୍ତି ।

Exit mobile version