Site icon ଆଜିକାଲି

କରୋନାରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରୋନା। ୮୧ ବର୍ଷୀୟ ରାଷ୍ଟ୍ରପତି ଜୋ ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ମିଳିଛି। ବାଇଡେନଙ୍କ ଠାରେ କୋଭିଡ୍-୧୯ରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି। ତେଣୁ ସେ ଏବେ ଆଇସୋଲେସନରେ ରହି କାମ କରୁଛନ୍ତି। ଲସ୍ ଭେଗାସରେ ଏକ ସମ୍ମିଳନୀରେ ଭାଷଣ ଦେବା ପୂର୍ବରୁ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ଏହି ସମୟରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଥିଲା।

ଦୁଇ ବର୍ଷ ପୂର୍ବରୁ ମଧ୍ୟ ବାଇଡେନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପୁର୍ନବାର ଏବେ ପୁଣିଥରେ କୋଭିଡ୍ ପଜିଟିଭ୍ ଥିବା ଜଣାପଡିଛି। ତେବେ ଆଗକୁ ଆମେରିକାରେ ନିର୍ବାଚନ ଥିବାବେଳେ ଏହି ସମୟରେ ବାଇଡେନ୍ ପଜିଟିଭ୍ ଚିହ୍ନଟ ହେବା ନିର୍ବାଚନୀ ପ୍ରଚାର ଉପରେ ପ୍ରଭାବ ପକାଇବା ନେଇ ଆଶଙ୍କା କରାଯାଉଛି।

Exit mobile version