Site icon ଆଜିକାଲି

ଉତ୍ତରାଖଣ୍ଡ: କାର ଉପରେ ପଥର ଖସି ପାଞ୍ଚ ମୃତ

ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାର ଗୌରୀକୁଣ୍ଡ ରାଜପଥରେ ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ଏକ କାର୍ ଉପରେ ପଥର ଖସି ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି । ଗୌରୀକୁଣ୍ଡ ରାଜପଥରେ ତାରସାଲିରେ ଏହି ଅଘଟଣ ଘଟିଛି । ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମାଟି ଅତଡ଼ା ତଳେ ଦବି ଯାଇଥିବା ଏକ କାର୍ ଭିତରୁ ଉଦ୍ଧାରକାରୀ ଦଳ ପାଞ୍ଚଟି ମୃତଦେହ ଉଦ୍ଧାର କରିଛନ୍ତି ।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂ ରାଜୱାର କହିଛନ୍ତି, ଜେସିବି ମାଧ୍ୟମରେ ରାସ୍ତା ସଫା କରିବା ସମୟରେ ଏକ ଗାଡ଼ି (ମାରୁତି ସ୍ବିଫ୍ଟ) ମାଟିତଳେ ଦବି ରହିଥିବା ଦେଖିବାକୁ ମିଳିଥିଲା ‌ । ଗାଡ଼ି ଭିତରେ ପାଞ୍ଚ ଜଣ ଲୋକଙ୍କ ଶବ ଉଦ୍ଧାର କରାଯାଇଥିଲା । ମୃତକମାନଙ୍କ ମଧ୍ୟରେ ଗୁଜରାଟର ତିନି ଜଣ ହୋଇଥିବା ବେଳେ ରାଜସ୍ଥାନ ଏବଂ ଉତ୍ତରାଖଣ୍ଡର ଜଣେ ବ୍ୟକ୍ତି ଥିଲେ।

ରାଜୱାର କହିଛନ୍ତି, “ଅଗଷ୍ଟ ୧୦ ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଫାଟା ଠାରୁ ପ୍ରାୟ ୩ କିଲୋମିଟର ଦୂର ତାରସାଲି ଗ୍ରାମ ନିକଟରେ ରାସ୍ତା ଉପରେ ବଡ଼ ପଥର ଓ ମାଟି ଅତଡ଼ା ଖସି କାରଟି ଦବି ଯାଇଥିବା ସୂଚନା ମିଳିଥିଲା।”

ସ୍ଥାନୀୟ ଲୋକଙ୍କ କହିବାନୁସାରେ, କାରଟି ଫାଟାରୁ ସୋନପ୍ରାୟାଗ ଆଡ଼କୁ ଯାଉଥିଲା ବେଳେ ହଠାତ୍ ଭୂସ୍ଖଳନ ଯୋଗୁଁ କାର୍ ଉପରେ ବଡ଼ ପଥର ଓ ମାଟି ଅତଡ଼ା ପଡ଼ିଥିଲା ।

Exit mobile version