Site icon ଆଜିକାଲି

୬୬ ତମ ଜନ୍ମଦିନ ପାଳନ କଲେ ଭେଟେରାନ ଅଭିନେତା ଅନିଲ କପୁର

ମୁମ୍ବାଇ : ବଲିଉଡର ଜଣେ ଭେଟେରାନ ଅଭିନେତା ଅନିଲ କପୁର । ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା । ୯୦ ଦଶକର ହିରୋ ହେଉଛନ୍ତି ଅନୀଲ କପୁର। କିନ୍ତୁ ସିନେମା ଜଗତରେ ତାଙ୍କ ଅଭିନୟର ଦବଦବା ଆଜିବି ରହିଛି । ଆଜି ସେ ତାଙ୍କର ୬୬ ତମ ଜନ୍ମଦିନ ପାଳନ କରୁଛନ୍ତି । ୬୭ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଆଜି ବି ସେପୁରା ଫିଟ୍ ଓ ୟଙ୍ଗ ପରି ରହିଛନ୍ତି। ଦର୍ଶକମାନେ ତାଙ୍କ ପ୍ରତ୍ୟକ ଚରିତ୍ରକୁ ଅଧିକ ଭଲ ପାଇବା ଦେଇଛନ୍ତି । ଫିଲ୍ମ ‘ତାଲ୍’ ଓ ଏବଂ ‘ସ୍ଲୁମଡୋଗ୍ ମିଲିଅନେୟାର’ ଅଭିନେତାଙ୍କୁ ଦେଇଛି ନୂଆ ପରିଚୟ ।

ଅନିଲ କପୁର ସାଧାରଣ ଭାବେ ତାଙ୍କ ଜୀବନ ଜୀଅନ୍ତି । ସେ ଜଣେ ଦକ୍ଷ ଅଭିନେତା ହେବା ସହିତ ସେ ଜଣେ ଆଗାମୀ ଷ୍ଟାରଙ୍କ ପାଇଁ ଏକ ଆଦର୍ଶ ମଧ୍ୟ । ସେ ନିଜର ଫିଟନେସକୁ ନେଇ ବେଶ ସଚେତନ । ନିଜକୁ ଫିଟ୍ ରଖିବା ପାଇଁ, ପର୍ଯ୍ୟାପ୍ତ ପରିମାଣର ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅନିଲ କପୁର ନିଶ୍ଚିତ ଭାବରେ ସାତରୁ ଆଠ ଘଣ୍ଟା ଶୋଇଥା’ନ୍ତି । ଏହା ପରେ, ଅଭିନେତା ସକାଳେ ପ୍ରଥମେ ଡାର୍ଟ ଖେଳନ୍ତି, ଯାହା ତାଙ୍କୁ ଧ୍ୟାନରେ ରଖିବାରେ ସାହାଯ୍ୟ କରେ । କେବଳ ସେତିକି ନୁହେଁ ଅନୀଲ କପୁର ଦିନରେ ଦେଢ ଘଣ୍ଟା ଜିମ ମଧ୍ୟ କରନ୍ତି ।

Exit mobile version