Site icon ଆଜିକାଲି

ବରିଷ୍ଠ ଅଭିନେତା ସତ୍ୟନାରାୟଣଙ୍କ ପରଲୋକ

ହାଇଦ୍ରାବାଦ: ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା ତଥା ପୂର୍ବତନ ସାଂସଦ କୈକଲା ସତ୍ୟନାରାୟଣଙ୍କ ଆଜି ସକାଳେ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଗତ କିଛି ମାସ ଧରି ସତ୍ୟନାରାୟଣ ଅସୁସ୍ଥ ଥିଲେ । ସତ୍ୟନାରାୟଣଙ୍କ ଦେହାନ୍ତ ଖବର ପରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏହି ବରିଷ୍ଠ ଅଭିନେତାଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ମହାପ୍ରସ୍ଥାନମ୍ ଠାରେ କରାଯିବ। ସତ୍ୟନାରାୟଣଙ୍କ ପତ୍ନୀ ନାଗେଶ୍ୱରମ୍ମା, ଦୁଇ ଝିଅ ଏବଂ ଦୁଇ ପୁଅ ଅଛନ୍ତି |

କୈକଲା ସତ୍ୟନାରାୟଣ ତେଲୁଗୁ ସିନେମାର ଜଣେ ଲୋକପ୍ରିୟ ଅଭିନେତା ଥିଲେ | ସେ ୭୫୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ବର୍ତ୍ତମାନ ପୀଢ଼ିର ଅଭିନେତା ମହେଶ ବାବୁ, ଏନଟିଆର ଏବଂ ୟଶଙ୍କ ସହ ମଧ୍ୟ କାମ କରିଛନ୍ତି। ଜଣେ ଅଭିନେତା ସହ ଚଳଚ୍ଚିତ୍ର ନିର୍ମାତା ଭାବେ ମଧ୍ୟ ତାଙ୍କର ଖ୍ୟାତି ଥିଲା |

Exit mobile version