Site icon ଆଜିକାଲି

ଦ୍ୱିତୀୟ ଥର ବାପା ହେଲେ ଭେଟେରାନ କ୍ରିକେଟର ରାହାଣେ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଭେଟେରାନ କ୍ରିକେଟର ଆଜିଙ୍କ୍ୟା ରାହାଣେଙ୍କ ଘରକୁ ଆସିଲା କୁନି ପୁଅ । ସେ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି । ପ୍ରଶଂସକଙ୍କ ମଧ୍ୟରେ ଏହି ଖୁସି ଖବର ସେୟାର କରିଛନ୍ତି ରାହାଣେ । ରାହାଣେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ‘ଆମେ ଆମ ପୁଅକୁ ସ୍ୱାଗତ କରିଛୁ । ଉଭୟ ରାଧିକା ଏବଂ ପିଲା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତୁମର ପ୍ରେମ ଏବଂ ଆଶୀର୍ବାଦ ପାଇଁ ଅନେକ ଧନ୍ୟବାଦ ।

ରାହାଣେ ଏବଂ ତାଙ୍କ ପତ୍ନୀ ରାଧିକା ୨୦୧୯ରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ । ସୌଭାଗ୍ୟବଶତ ସେ ତାଙ୍କ ଝିଅକୁ ଅକ୍ଟୋବରରେ ଜନ୍ମ ଦେଇଥିଲେ । ନିକଟରେ ରାହାଣେ ତାଙ୍କ ଝିଅ ଆର୍ଯ୍ୟାଙ୍କ ଜନ୍ମଦିନ ମଧ୍ୟ ପାଳନ କରିଥିଲେ ।

Exit mobile version