Site icon ଆଜିକାଲି

ଉପରାଷ୍ଟ୍ରପତି ନିର୍ବାଚନ : ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଘୋଷଣା କଲେ ମାୟାବତୀ

ନୂଆଦିଲ୍ଲୀ : ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ​​ଭୋଟ୍ ହେବା ପୂର୍ବରୁ ଉତ୍ତର ପ୍ରଦେଶରେ ପୁଣି ଥରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ବର୍ତ୍ତମାନ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ବୁଧବାର ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ମାୟାବତୀ ରାଷ୍ଟ୍ରପତି ନିର୍ବାଚନ ସମୟରେ ​​ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲେ । ଏହା ପରେ ବର୍ତ୍ତମାନ ସେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ​​ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କ ସପକ୍ଷରେ ସମର୍ଥନ ଘୋଷଣା କରିଛନ୍ତି ।

ଏହାସହ ବୁଧବାର ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଏସପି ମୁଖ୍ୟ ମାୟାବତୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ଏହା ଜଣା ଯେ ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ​​ଶାସକ ଓ ବିରୋଧୀଙ୍କ ମଧ୍ୟରେ ସହମତି ନ ହେବା କାରଣରୁ ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଠିକ୍ ସେହି ସ୍ଥିତି ହେବା କାରଣରୁ ଉପରାଷ୍ଟ୍ରପତି ପଦ ପାଇଁ ଅଗଷ୍ଟ ୬ରେ ନିର୍ବାଚନ ହେବାକୁ ଯାଉଛି ।”

ମାୟାବତୀ ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି ଯେ, “ବିଏସପି ଏପରି ସ୍ଥିତିରେ ଉପରାଷ୍ଟ୍ରପତି ପଦ ପାଇଁ ହେଉଥିବା ନିର୍ବାଚନରେ ​ବ୍ୟାପକ ଜନହିତ ଓ ନିଜର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜଗଦୀପ ଧନଖରଙ୍କୁ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛି । ଯାହା ମୁଁ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରୁଛି ।” ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶ ସିଏମ ଜଗନ୍ ମୋହନ ରେଡ୍ଡୀ ଓ ଓଡ଼ିଶା ସିଏମ ନବୀନ ପଟ୍ଟନାୟକ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲେ ।

Exit mobile version