Site icon ଆଜିକାଲି

ଭାରତ-ପାକ୍‌‌ ସୀମାନ୍ତରେ ଯବାନଙ୍କୁ ଭେଟିବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆସନ୍ତାକାଲି (ଜୁନ ୧୩) ଜୈସଲମେର ଗସ୍ତ କରିବେ। ଏହି ଦୁଇ ଦିନିଆ ଗସ୍ତ ସମୟରେ ଶ୍ରୀ ଧନଖଡ ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିକଟକୁ ଯାଇ ସେଠାରେ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କୁ ଭେଟିବେ। ଏହାସହିତ ସେ ମାତାଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବେ। ଉପରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଜୈସଲମେର ଯିବେ ଏବଂ ସେଠାରେ ସେ ଡାବଲା ସ୍ଥିତ ବିଏସଏଫ ମୁଖ୍ୟାଳୟ ଯିବେ।

Exit mobile version