Site icon ଆଜିକାଲି

‘ଲାଇଫ୍‌ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ

ନୂଆଦିଲ୍ଲୀ : ଅଭିନେତା ବିକ୍ରମ୍‌ ଗୋଖ୍‌ଲେଙ୍କର ମୃତ୍ୟୁ ହୋଇନାହିଁ, ଏବେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଥିବା କଥା ଏବେ ତାଙ୍କ ପରିବାର ଲୋକେ କହିଛନ୍ତି। ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ରଖାଯାଇଛି। ଏସବୁ ମଧ୍ୟରେ ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ମଧ୍ୟ ବ୍ୟାପିଯାଇଥିଲା।

ସୂଚନାଯୋଗ୍ୟ, ଗତ ପାହାନ୍ତା ପୂର୍ବରୁ ବରିଷ୍ଠ ବଲିଉଡ୍‌, ମରାଠୀ ମଞ୍ଚ, ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ଅଭିନେତା ବିକ୍ରମ୍‌ ଗୋଖ୍‌ଲେଙ୍କର ମୃତ୍ୟୁ ଘଟିଥିବା କଥା ‘ଅନ୍‌ଲାଇନ୍‌’ରେ ପ୍ରସାରିତ ହୋଇଥିଲା। ଅଜୟ ଦେବଗନ, ରିତେଶ ଦେଶମୁଖ, ଅଲି ଗନି, ଜାୱେଦ୍‌ ଜାଫେରିଙ୍କ ସମେତ କେତେକ ବଲିଉଡ୍‌ ସେଲି‌ବ୍ରିଟି ମଧ୍ୟ ତାଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣି ଟୁଇଟର୍‌ରେ ଶୋକବ୍ୟକ୍ତ କରିଥିଲେ। କିନ୍ତୁ, କିଛି ସମୟ ପରେ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ଏବଂ ‘ପିଟିଆଇ’ ରିପୋର୍ଟ କଲେ ଯେ, ଅଭିନେତା ବିକ୍ରମ ଗୋଖ୍‌ଲେ ବଞ୍ଚିଛନ୍ତି। ୭୭ ବର୍ଷିୟ ବରିଷ୍ଠ ଅଭିନେତା ବିକ୍ରମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ‘ଲାଇଫ୍‌ ସପୋର୍ଟ’ରେ ରଖାଯାଇଛି। 

Exit mobile version