Site icon ଆଜିକାଲି

ମଣିପୁରରେ ପୁଣି ହିଂସା: ଗୁଳି ବିନିମୟରେ ୨ମୃତ, ୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଗତ କିଛି ମାସ ଧରି ମଣିପୁରର କୁକି ଏବଂ ମୌତେଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଶୁକ୍ରବାର ପୂର୍ବାହ୍ନରୁ ଉତ୍ତର-ପୂର୍ବ ରାଜ୍ୟର ତେଙ୍ଗନୁପାଲ ଜିଲ୍ଲାର ପାଲେଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ସଶସ୍ତ୍ର ବ୍ୟକ୍ତିଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି।

ଅଧିକାରୀଙ୍କ କହିବାନୁସାରେ, ଦୁଇ ଅଜ୍ଞାତ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ସକାଳ ପ୍ରାୟ ୬ଟାରୁ ଆରମ୍ଭ ହୋଇ ଜାରି ରହିଥିଲା। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଆହତଙ୍କୁ ଗୁରୁତର ଅବସ୍ଥାରେ ଇମ୍ଫାଲରେ ଥିବା ଆରଆଇଏମଏସରେ ଭର୍ତ୍ତି କରାଯାଇଛି। ଗୁଳି ବିନିମୟ ଖବର ପାଇବା ମାତ୍ରେ ଥାଉବଲ ଏବଂ କାକଚିଙ୍ଗର ବିଭିନ୍ନ ସ୍ଥାନରୁ ଲୋକମାନେ ପାଲେଲରେ ପହଞ୍ଚିଥିଲେ । କିନ୍ତୁ ପରିବେଶ ଉତ୍ତେଜିତ ହୋଇପଡିବାରୁ ଆସାମ ରାଇଫଲ୍ସ ଅଧିକାରୀମାନେ ସେମାନଙ୍କୁ ଅଟକାଇଥିଲେ।

ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଦୁଇ ଜଣ ସଶସ୍ତ୍ର ଅଜ୍ଞାତ ଗୋଷ୍ଠୀ ଗୁଳି ଚଳାଇ ଜଣେ ୪୮ ବର୍ଷର ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରିଥିଲେ। ବିରୋଧର ଗୋଟିଏ ଦିନ ପୂର୍ବରୁ ମଣିପୁରର ସମସ୍ତ ପାଞ୍ଚଟି ଉପତ୍ୟକା ଜିଲ୍ଲାରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରାଯାଇଥିଲା। ମେ ୩ରେ ମଣିପୁରରେ ଜାତି ହିଂସା ଆରମ୍ଭ ହେବା ପରେ ୧୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି।

Exit mobile version