Site icon ଆଜିକାଲି

୮୮% ଭୋଟ ସହ ନିର୍ବାଚନ ଜିତିଲେ ଭ୍ଲାଦିମିର ପୁଟିନ

ମସ୍କୋ : ରୁଷରେ ତିନି ଦିନିଆ ମତଦାନ ପ୍ରକ୍ରିୟା ସମାପ୍ତ ହେବା ପରେ ହୋଇଥିବା ଭୋଟ୍ ଗଣନାରେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ମୋଟ ଭୋଟ୍ ମଧ୍ୟରୁ ୮୭.୯୭% ଭୋଟ୍ ମିଳିଛି । ତେଣୁ ପୁଟିନ ନିର୍ବାଚନରେ ଜିତିଛନ୍ତି ଏବଂ ୨୦୩୦ ପର୍ଯ୍ୟନ୍ତ ସେ ରୁଷର ରାଷ୍ଟ୍ରପତି ହୋଇ ରହିବେ । ଏହାର ପ୍ରତିକ୍ରିୟାରେ ଆମେରିକା କହିଛି ଯେ ରୁଷରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ, ତେଣୁ ଏହି ଫଳାଫଳ ଅପ୍ରତ୍ୟାଶିତ ନୁହେଁ ।

ଏହାପୂର୍ବରୁ ରବିବାର ଦିନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପ୍ରକ୍ରିୟା ଶେଷ ହୋଇଥିଲା । ମୋଟ ୧୧.୪୨ କୋଟି ଭୋଟରଙ୍କ ମଧ୍ୟରୁ ୭୨.୮୪ ପ୍ରତିଶତ ଲୋକ ତିନି ଦିନରେ ଭୋଟ୍ ଦେଇଛନ୍ତି । ୧୯୯୯ ମସିହାରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଭାବରେ ପୁଟିନ ରୁଷରେ କ୍ଷମତାରେ ଅଛନ୍ତି । ଯେତେବେଳେ ସ୍ୱାସ୍ଥ୍ୟ ଖରାପ ହେତୁ ବୋରିସ୍ ୟେଲତସିନ୍ ତାଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ, ସେବେ ରୁଷ ନିଜର ଅସ୍ତିତ୍ୱ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା ।

Exit mobile version