Site icon ଆଜିକାଲି

୩ଟି ପର୍ଯ୍ୟାୟରେ ଜମ୍ମୁ-କାଶ୍ମୀର ଓ ଗୋଟିଏ ପର୍ଯ୍ୟାୟରେ ହରିୟାଣାରେ ହେବ ଭୋଟ୍‌

ନୂଆଦିଲ୍ଲୀ :ଜମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରରେ ୩ଟି ପର୍ଯ୍ୟାୟରେ ଓ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

୩ଟି ପର୍ଯ୍ୟାୟରେ ଜମ୍ମୁ-କାଶ୍ମୀର ଭୋଟ୍‌ ଗ୍ରହଣ ହେବ। ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫, ଅକ୍ଟୋବର ୧ରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଅକ୍ଟୋବର ୪ରେ ଜମ୍ମୁ-କାଶ୍ମୀର ନିର୍ବାଚନ ଭୋଟ ଗଣତି ହେବ। ହରିୟାଣା ବିଧାନସଭା ନେଇ ମଧ୍ୟ ନିର୍ବାଚନ ତାରିଖ ଘୋଷଣା ହୋଇଛି । ହରିୟାଣାରେ ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବା ସହ ଅକ୍ଟୋବର ୪ରେ ହରିୟାଣା ବିଧାନସଭା ଭୋଟ୍‌ ଗଣତି ହେବ। ଅକ୍ଟୋବର ୪ରେ ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଭୋଟ୍‌ ଗଣତି ହେବ।

ଅଗଷ୍ଟ ୨୦ରେ ଜମ୍ମୁ-କାଶ୍ମୀର ଭୋଟର ତାଲିକା ଆସିବ । ଜମ୍ମୁ-କାଶ୍ମୀରରେ ୨୦ ଲକ୍ଷ ଯୁବ ଭୋଟର ରହିଛନ୍ତି । ହରିୟାଣାର ଭୋଟର ତାଲିକା ଅଗଷ୍ଟ ୨୭ରେ ଆସିବା ସହ ଏଠାରେ ୨ କୋଟି ୧ ହଜାର ଭୋଟର ରହିଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।

Exit mobile version