Site icon ଆଜିକାଲି

ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ମାଡ଼ିଆସିଲା ପାଣି : ୭ ମୃତ, ଅନେକ ନିଖୋଜ

କୋଲକାତା : ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଲଘୁଚାପ ବର୍ଷା ଯୋଗୁ ନଦୀରେ ମାଡ଼ିଆସିଲା ପାଣି । ଭାସିଯାଇ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ନିଖୋଜ ଅଛନ୍ତି। ଏବେ ବି ୩୦ରୁ ୪୦ ଜଣ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଏନଡିଆରଏଫ ଟିମ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏଭଳି ଅଘଟଣ ପଶ୍ଚିମବଙ୍ଗ ଜଳପାଇଗୁଡ଼ିର ମାଲ ନଦୀରେ ଘଟିଯାଇଛି ।

ଏନେଇ ପୋଲିସ ଅଧିକାରୀ ଦେବର୍ଷି ଦତ୍ତା କହିଛନ୍ତି ଯେ, ବିଜୟା ଦଶମୀ ଅବସରରେ ମା’ ଦୁର୍ଗାଙ୍କୁ ସେଠାକାର ଏକ ପୂଜା କମିଟିର କର୍ମକର୍ତ୍ତାମାନେ ବିସର୍ଜନ କରିବାକୁ ନେଇଥିଲେ। ବିସର୍ଜନ ବେଳେ ମଲ୍ ନଦୀରେ ଅଚାନକ୍ ପାଣି ମାଡ଼ିଆସିଥିଲା । ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଏଭଳି ଅଘଟଣ ଘଟିଗଲା । ଏଥିରେ ଅନେକ ଲୋକ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ଏହି ଘଟଣାରେ ମୃତ ୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ।

Exit mobile version