Site icon ଆଜିକାଲି

ଚନ୍ଦ୍ରରେ ମିଳିଲା ଜଳ ସନ୍ଧାନ, ଦାବି କଲା ଆମେରିକା ନାଭାଲ ଲ୍ୟାବ

ନୂଆଦିଲ୍ଲୀ : ଚନ୍ଦ୍ରରେ ମିଳିଲା ଜଳ ସନ୍ଧାନ। ଚନ୍ଦ୍ରପୃଷ୍ଠର ପଥରରେ ଲୁକ୍କାୟିତ ହୋଇ ରହିଛି ଜଳ। ଏପରି ଦାବି କରିଛି ଆମେରିକା ନାଭାଲ ଲ୍ୟାବ। ଚନ୍ଦ୍ର ପୃଷ୍ଠର ମାଟିକୁ ନେଇ ରିସର୍ଚ୍ଚ ଚଳାଇଥିଲା ଆମେରିକା। ଯେଉଁଥିରେ ହାଇଡ୍ରୋଜେନ ବହନ କରୁଥିବା କିଛି ଉପାଦାନ ମିଳିଥିଲା। କେବଳ ସେତିକି ନୁହେଁ ଉନ୍ନତ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ହିଲିୟମ ଥିବା ବି ଜଣାପଡ଼ିଥିଲା।

ପରେ ବୈଜ୍ଞାନିକମାନେ ଚନ୍ଦ୍ର ମାଟି ନମୁନାରେ Solar wind hydrogen ଚିହ୍ନଟ କରିଛନ୍ତି। ତେବେ ଏ ଆବିଷ୍କାର ଭବିଷ୍ୟତରେ ଚନ୍ଦ୍ର ଅନୁସନ୍ଧାନରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ ଏବଂ ଚନ୍ଦ୍ର ଉପରେ ଜୀବନ ସମ୍ଭବ ନେଇ ଆଶା ସଞ୍ଚାର କରିପାରେ ବୋଲି ନାଭାଲ ଲ୍ୟାବ ପକ୍ଷରୁ କୁହାଯାଇଛି। ତେବେ ନିକଟରେ ଚନ୍ଦ୍ରପୃଷ୍ଠରେ ସଲଫର ଥିବାନେଇ ଚନ୍ଦ୍ରୟାନ-୩ରେ ସ୍ପଷ୍ଟ କରିଥିଲା ଇସ୍ରୋ।

Exit mobile version