Site icon ଆଜିକାଲି

ନିରବ ମୋଦୀଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା, ପ୍ରତ୍ୟର୍ପଣ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ଆବେଦନ ଖାରଜ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀ ଭାରତ ପ୍ରତ୍ୟର୍ପଣ ବିରୋଧରେ ଆଇନଗତ ଲଢେଇ ହାରିଯାଇଛନ୍ତି । ତାଙ୍କ ଆବେଦନକୁ ଲଣ୍ଡନ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଭାରତ ପ୍ରତ୍ୟର୍ପଣ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଲଣ୍ଡନ ହାଇକୋର୍ଟ ତାଙ୍କୁ ଅନୁମତି ଦେଇ ନାହାଁନ୍ତି । ଏହାଛଡ଼ା ଲଣ୍ଡନ ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିରବ ମୋଦୀ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ଆବେଦନ ଖାରଜ ହୋଇଯିବା ପରେ ନିରବ ମୋଦୀଙ୍କୁ ଭାରତ ଆଣିବା ରାସ୍ତା ସଫା ହୋଇଯାଇଛି।

ଏହାପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ନିରବ ମୋଦୀଙ୍କ ଆବେଦନକୁ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଖାରଜ କରିଦେଇଥିଲେ । ତାଙ୍କ ଆବେଦନରେ ନିରବ ତାଙ୍କ ମାନସିକ ଅବସ୍ଥା ଖରାପ ଥିବା ଦର୍ଶାଇ ତାଙ୍କୁ ଭାରତ ନ ପଠାଇବାକୁ ନିବେଦନ କରିଥିଲେ। ହେଲେ ହାଇକୋର୍ଟ ତାଙ୍କ ଯୁକ୍ତିରେ ସନ୍ତୁଷ୍ଟ ହୋଇନଥିଲେ ।

କୋର୍ଟ କହିଛନ୍ତି ଯେ ଆଇନଗତ ପ୍ରକ୍ରିୟାର ସାମ୍ନା କରିବାକୁ ତାଙ୍କୁ ଭାରତ ପଠାଯିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ଦୁଇ ବିଲିୟନ ଡଲାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇ ମାମଲାରେ ନିରବ ମୋଦୀ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ନିରବ ମୋଦୀ ସମ୍ପ୍ରତି ଏକ ଲଣ୍ଡନ ଜେଲରେ ଅଛନ୍ତି।

FacebookTwitterLinkedinWhatsapp
Exit mobile version