Site icon ଆଜିକାଲି

ଆଜି ଉତକ୍ଷେପଣ ହେବ ପାଣିପାଗ ଉପଗ୍ରହ ଇନସାଟ୍ ୩ଡିଏସ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ-୧ ପରେ ଆଉ ଏକ ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ । ଆଜି ଇସ୍ରୋ ପାଣିପାଗ ଉପଗ୍ରହ ଇନସାଟ୍ -୩ଡିଏସ ଉତକ୍ଷେପଣ କରିବ । ଏହି ସାଟେଲାଇଟକୁ ସ୍ପେଶ୍ ଏଜେନ୍ସିର ‘ନଟି ବଏ’ ବୋଲି କୁହାଯାଏ । ଏହି ରକେଟ୍ ଏପର୍ଯ୍ୟନ୍ତ ୧୫ଟି ଲଞ୍ଚରେ ଭାଗ ନେଇଛି, କିନ୍ତୁ ୬ ଥର ସଠିକ୍ ଫଳାଫଳ ଦେଇନାହିଁ । ଅର୍ଥାତ୍ ଏହାର ବିଫଳତା ହାର ୪୦ ପ୍ରତିଶତ ।

ଶେଷ ଥର ପାଇଁ ଜିଏସଏଲ୍ଭି ୨୯ ମଇ ୨୦୨୩ରେ ଉତକ୍ଷେପଣ ହୋଇଥିଲା । ଯାହା ସଫଳ ହୋଇଥିଲା । କିନ୍ତୁ ପୂର୍ବ ଲଞ୍ଚ ଅଗଷ୍ଟ ୧୨, ୨୦୨୧ରେ ବିଫଳ ହୋଇଥିଲା । ଆଜି ଇସ୍ରୋ ଏହାର ଏକ ନୂଆ ଭର୍ସନ ଲଞ୍ଚ କରିବ । ଆଜି ସନ୍ଧ୍ୟା ୫.୩୫ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ ‘ନଟି ବଏ’ ।

ଇସ୍ରୋ କହିଛି ଯେ, ଏହି ଉପଗ୍ରହଟି ଅତ୍ୟନ୍ତ ସ୍ୱତନ୍ତ୍ର, ଭାରତ ପାଇଁ ଏହା ନିହାତି ଆବଶ୍ୟକୀୟ। ଏହା ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ବାବଦରେ ଜାଣିବାରେ ସାହାଯ୍ୟ କରିବ।

Exit mobile version