Site icon ଆଜିକାଲି

ବିଜେପିରେ ସାମିଲ ହେଲେ ବକ୍ସର ବିଜେନ୍ଦର ସିଂହ, କଂଗ୍ରେସକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ନେତାଙ୍କର ଦଳ ଅଦଳ ପ୍ରକ୍ରିୟା ଚାଲୁ ରହିଛି । ଏହାରି ମଧ୍ୟରେ ବକ୍ସର ବିଜେନ୍ଦର ସିଂହ ଆଜି ବିଜେପିରେ ସାମିଲ ହୋଇଛନ୍ତି । ବିଜେନ୍ଦର ସିଂହ ଆଜି ଦ୍ୱିପ୍ରହର ୩ଟାରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସଦସ୍ୟତା ଗ୍ରହଣ କରିଛନ୍ତି ।

ବିଜେନ୍ଦର ସିଂହ ବିଜେପିରେ ସାମିଲ ହେବା ପରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ବିଜେନ୍ଦର ସିଂହ କଂଗ୍ରେସରୁ ଟିକେଟ ପାଇଁ ମଥୁରାରେ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଅନ୍ତର୍ଜାତୀୟ ବକ୍ସର ପକ୍ଷରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଆସି ନାହିଁ । ବିଜେନ୍ଦର ସିଂହ ୨୦୧୯ର ନିର୍ବାଚନ କଂଗ୍ରେସର ଟିକେଟରେ ଦିଲ୍ଲୀରୁ ଲଢିସାରିଛନ୍ତି । ସେ ବିଜେପିର ରମେଶ ବିଧୁଡୀଙ୍କ ଠାରୁ ୬ ଲକ୍ଷ ଭୋଟରୁ ହାରିଯାଇଥିଲେ ।

ବିଜେପିରେ ମିଶିବା ପରେ ସେ କହିଛନ୍ତି ଯେ, ‘ମୋଦୀ ସରକାର ଖେଳାଳିମାନଙ୍କ ସମ୍ମାନ ବଢାଇଛନ୍ତି । ଏବେ ଆମେ ବିଦେଶକୁ ଯିବା ଆସିବା ସହଜରେ କରିପାରିବୁ । ମୁଁ ପୂର୍ବ ଭଳି ବିଜେନ୍ଦର ଅଟେ, ଯାହା ଭୁଲ ଲାଗିବ ତାକୁ ଭୁଲ କହିବି ଯାହା ଠିକ ଲାଗିବ ତାକୁ ଠିକ କହିବି ।’

Exit mobile version