Site icon ଆଜିକାଲି

ପୁଣି କରୋନାକୁ ନେଇ ସତର୍କ ରହିବାକୁ ଚେତାବନୀ ଦେଲା ଡବ୍ଲୁଏଚଓ

ନୂଆଦିଲ୍ଲୀ: ପୁଣି ମହାମାରୀ କରୋନାକୁ ନେଇ ସତର୍କ ରହିବାକୁ ଚେତାବନୀ ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । କରୋନାରେ ଏବେ ରୋଗୀ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ବିଶ୍ୱରେ ପ୍ରତି ୪୪ ସେକେଣ୍ଡରେ କୋଭିଡ-୧୯ରେ ଆକ୍ରାନ୍ତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି ବୋଲି ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଦନୋମ ଗ୍ରେବେୟେସେସ୍‌ କହିଛନ୍ତି ।

ଏହି ଭୂତାଣୁ କେବେ ବି ଲୋପ ପାଇବ ନାହିଁ ଏବଂ ଆମକୁ ଏହା ସହିତ ସତର୍କତାର ସହିତ ଚଳିବାକୁ ହେବ ବୋଲି ସେ କହିଛନ୍ତି। ଫେବ୍ରୁଆରିରୁ ସାପ୍ତାହିକ ମୃତ୍ୟୁରେ ୮୦% ହ୍ରାସ ହୋଇଥିଲେ ମଧ୍ୟ ଗତ ସପ୍ତାହରେ ପ୍ରତି ୪୪ ସେକେଣ୍ଡରେ ଜଣେ ବ୍ୟକ୍ତି କୋଭିଡ -୧୯ରେ ମୃତ୍ୟୁ ବରଣ କରିଥିଲେ ବୋଲି ଗେବ୍ରେୟେସେସ୍‌ କହିଛନ୍ତି।

Exit mobile version