Site icon ଆଜିକାଲି

‘ବିଦେଶ ଗସ୍ତରେ କାହାକୁ ଭେଟୁଛ ?’ – ଆଜାଦଙ୍କ ମନ୍ତବ୍ୟ ପରେ ରାହୁଲ ଗାନ୍ଧୀଙ୍କୁ ଘେରିଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦଙ୍କ ମନ୍ତବ୍ୟକୁ ଅସ୍ତ୍ର କରି ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ ଜୋରଦାର କରିଛି ବିଜେପି ।

ନିକଟରେ ଗୁଲାମ ନବୀ ଆଜାଦ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ବେଳେ ଅଭିଯୋଗ କରିଥିଲେ ଯେ ରାହୁଲ ଗାନ୍ଧୀ ‘ତାଙ୍କର ବିଦେଶ ଯାତ୍ରା ସମୟରେ ଅବାଞ୍ଛନୀୟ ବ୍ୟବସାୟୀ ମାନଙ୍କୁ ଭେଟନ୍ତି’। ଆଜାଦଙ୍କ ଏହି ଟିପ୍ପଣୀ ଆଧାରରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ରାହୁଲଙ୍କୁ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ଗୁଲାମ ନବୀ ଆଜାଦଙ୍କ ଅଭିଯୋଗ ଗୁରୁତର।

ରବି ଶଙ୍କର ପ୍ରସାଦ କହିଛନ୍ତି, “ଯେବେ ରାହୁଲ ଗାନ୍ଧୀ ବିଦେଶ ଯାଉଥିଲେ, ସେ କିଛି ଅବାଞ୍ଛନୀୟ ବ୍ୟବସାୟୀଙ୍କୁ ଭେଟୁଥିଲେ। ରାହୁଲ ଗାନ୍ଧୀ କାହାକୁ ଭେଟନ୍ତି?” ଦେଶକୁ ସେ ଏହି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ।” ଏପରି ଲୋକଙ୍କୁ ଭେଟିବା ପଛରେ ଏଜେଣ୍ଡା କ’ଣ? ସେ ଯେବେ ବି ବିଦେଶରୁ ଫେରନ୍ତି ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ତାଙ୍କ ଆକ୍ରମଣକୁ ଆହୁରି ଜୋରଦାର କରିଥାନ୍ତି ।” ଦେଶକୁ ଦୁର୍ବଳ କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ବିରୋଧୀ ବ୍ୟବସାୟୀଙ୍କ ସହ କାମ କରୁଛନ୍ତି କି ବୋଲି ରବି ଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି ।

Exit mobile version