Site icon ଆଜିକାଲି

ତୃତୀୟ ଥର ବାପା ହେଲେ ଓ୍ଵିଲିୟମସନ, ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଜଣାଇଲେ ଖୁସି ଖବର

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ଟିମର ଷ୍ଟାର ବ୍ୟାଟର ତଥା ପୂର୍ବତନ ଅଧିନାୟକ କେନ ଓ୍ଵିଲିୟମସନ ତୃତୀୟ ଥର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ସାରା ରହିମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କେନ ଓ୍ଵିଲିୟମସନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଖୁସି ଖବର ଜଣାଇଛନ୍ତି । ପୂର୍ବରୁ କେନ ୨ଟି ପିଲାର ବାପା ହୋଇଯାଇଛନ୍ତି । ତାଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ ରହିଛି ।

ଓ୍ଵିଲିୟମସନ ଇନଷ୍ଟାଗ୍ରାମରେ ନିଜ ଝିଅ ଏବଂ ପାର୍ଟନର ଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ସେମାନେ ଏବେ ୩ ହୋଇଗଲେ । ଏହି ସୁନ୍ଦର ଝିଅକୁ ଦୁନିଆକୁ ସ୍ୱାଗତ । ତୁମେ ସୁରକ୍ଷିତ ଭାବେ ଆସିବା ଏବଂ ରୋମାଞ୍ଚକ ଯାତ୍ରା ପାଇଁ ବହୁତ ବହୁତ ଧନ୍ୟବାଦ । କେନ ଏବଂ ସାରା ବିବାହ କରିନାହାନ୍ତି । କିନ୍ତୁ ଗତ ୯ ବର୍ଷ ହେଲାଣି ଏକାଠି ରହୁଛନ୍ତି । ଏମାନଙ୍କର ୩ଟି ପିଲା ରହିଥିବା ବେଳେ ଏମାନେ ଅଫିସିଆଲ ଭାବେ ବିବାହ କରିନାହାନ୍ତି ।

କେନଙ୍କ ପାର୍ଟନର ସାରା ଗର୍ଭବତୀ ଥିବାରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଟି-୨୦ ଇଣ୍ଟରନ୍ୟାସନାଲ ସିରିଜରୁ ବାଦ୍‌ ପଡିଥିଲେ । ସେ ସାଉଥ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିଥିଲେ । ଏହାପରେ ସେ ପାଟରନିଟି ଲିଭରେ ଥିଲେ ।

Exit mobile version