Site icon ଆଜିକାଲି

ନ୍ୟୁଜିଲ୍ୟାଣ୍ଡର ଟେଷ୍ଟ ଅଧିନାୟକତ୍ୱ ଛାଡ଼ିଲେ ୱିଲିୟମ୍ସନ୍

ୱେଲିଙ୍ଗଟନ୍ : ଟେଷ୍ଟ ଅଧିନାୟକତ୍ୱ ପଦ ଛାଡ଼ିଲେ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ କେନ୍ ୱିଲିୟମସନ । ଏଣିକି ୩୨ ବର୍ଷୀୟ ୱିଲିୟମ୍ସନ୍ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବେ। ୱିଲିୟମ୍ସନ୍ କିନ୍ତୁ ସୀମିତ ଓଭର ଫର୍ମାଟରେ ଅଧିନାୟକ ରହିବେ । ସେପଟେ କେନ୍‌ ଓ୍ୱିଲିୟମସନ୍‌ ଅଧିନାୟକ ପଦ ଛାଡିବା ପରେ ଟିମ୍‌ ସାଉଦୀଙ୍କ ଏହି ଦାୟିତ୍ୱ ଦିଆଯାଇଛି । ସେହିପରି ଟମ୍‌ ଲେଥାନ୍‌ଙ୍କୁ ଉପ-ଅଧିନାୟକ କରାଯାଇଛି । ସାଉଦୀ ଅଧିନାୟକ ପଦ ସମ୍ଭାଳିବା ପରେ ପ୍ରଥମ ସିରିଜ ପାକିସ୍ତାନ ବିପକ୍ଷରେ ରହିଛି । ଚଳିତ ମାସରୁ ଏହି ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି । ଟିମ୍‌ ସାଉଦୀ ନ୍ୟୁଜିଲାଣ୍ଡର ୩୧ ତମ ଟେଷ୍ଟ ଅଧିନାୟକ । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଗତ ୬ ବର୍ଷ ମଧ୍ୟରେ ୱିଲିୟମସନ ୪୦ଟି ଟେଷ୍ଟରେ ନ୍ୟୁଜିଲାଣ୍ଡର ନେତୃତ୍ବ ନେଇଛନ୍ତି । ଏଥିମଧ୍ୟରୁ ସେ ରେକର୍ଡ ୨୨ଟି ଜିତିଛନ୍ତି ଓ ୧୦ଟି ହାରିଛନ୍ତି ଏବଂ ୮ଟି ଡ୍ର କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ନ୍ୟୁଜିଲ୍ୟାଣ୍ଡ ଗତ ବର୍ଷ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଜିତିଥିଲା। ୱିଲିୟମ୍ସନଙ୍କ ଅଧିନାୟକତ୍ୱରେ ବିଜୟ ପ୍ରତିଶତ ୫୫ ରହିଛି । ଅନ୍ୟପକ୍ଷରେ କାମଚଳା ଅଧିନାୟକ ଟମ ଲାଥାମଙ୍କ ଅଧିନାୟକତ୍ୱରେ ୪୩ ଏବଂ ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଇଂଲଣ୍ଡ କୋଚ୍ ବ୍ରେଣ୍ଡନ ମ୍ୟାକକୁଲମଙ୍କ ଅଧିନାୟକତ୍ୱରେ ବିଜୟ ପ୍ରତିଶତ ୩୫ ଥିଲା ।

ସୂଚନା ଯେ, ୨୦୧୬ରେ ବ୍ରେଣ୍ଡନ୍‌ ମ୍ୟାକୁଲମଙ୍କ ଅଧିନାୟକ ପଦ ଛାଡିବା ପରେ ଓ୍ୱିଲିୟମସନ୍‌ ଏହି ଦାୟିତ୍ୱ ସମ୍ଭାଳିଥିଲେ । ୩୮ ଟି ଟେଷ୍ଟ ମ୍ୟାଚ୍‌ ଅଧିନାୟକ କରିଥିବା ବେଳେ ୨୨ଟିରେ ବିଜୟୀ ହୋଇଛନ୍ତି । ବାକି ୧୦ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିବା ବେଳେ ୮ଟି ମ୍ୟାଚ୍‌ ଡ୍ର ରହିଛି । କେନ୍‌ ଓ୍ୱିଲିୟମସନ୍‌ ଅଧିନାୟକ ଥିବା ସମୟରେ ନ୍ୟୁଜିଲାଣ୍ଡ ଟିମ୍‌ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଟ୍ରଫି ଉପରେ କବ୍‌ଜା କରିଥିଲା ।

Exit mobile version