Site icon ଆଜିକାଲି

ଆହତ ଯୋଗୁଁ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ୱିଲିୟମ୍‌ସନ୍‌

ନୂଆଦିଲ୍ଲୀ : ଆହତ ଯୋଗୁଁ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଗୁଜରାଟ ଟାଇଟାନ୍ସ ଖେଳାଳି କେନ୍‌ ୱିଲିୟମସନ୍‌ । ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ଶୁକ୍ରବାର ଉଦ୍‌ଘାଟନୀ ମୁକାବିଲାରେ ସେ ଆହତ ହୋଇଥିଲେ। ବାଉଣ୍ଡରୀ ନିକଟରେ ଏକ କ୍ୟାଚ୍‌ ନେବାକୁ ଚେଷ୍ଟା କରୁଥିଲା ବେଳେ ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ପଡ଼ିଆରେ ଆଶୁ ଚିକିତ୍ସା ପରେ ସେ ପାଭିଲିୟନ ଫେରିଥିଲେ। ହେଲେ ଆଉ ବ୍ୟାଟିଂକୁ ଆସି ପାରିନଥିଲେ।

ଏହା ପରେ ଟାଇଟାନ୍ସ ଇମ୍ପାକ୍ଟ ପ୍ଲେୟାର ନିୟମ ଅନୁଯାଇ ଚୂଡ଼ାନ୍ତ ଏକାଦଶରେ ସାଇ ସୁଦର୍ଶନଙ୍କୁ ସାମିଲ କରିଥିଲା। ‘ପ୍ରତିଯୋଗିତା ଆରମ୍ଭରୁ ୱିଲିୟମସନ୍‌ଙ୍କୁ ହରାଇବା ଆମ ପାଇଁ ଦୁଃଖର କଥା। ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରୁଛୁ। ଆମର ବିଶ୍ବାସ ସେ ଶୀଘ୍ର ଆକ୍‌ସନ୍‌କୁ ଫେରିବେ’ ବୋଲି ଗୁଜରାଟ ଟାଇଟାନ୍ସର କ୍ରିକେଟ୍‌ ନିର୍ଦେଶକ ବିକ୍ରମ ସୋଲାଙ୍କି କହିଛନ୍ତି।

Exit mobile version