Site icon ଆଜିକାଲି

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୧ହଜାର ୫୩୯ କରୋନା ସଂକ୍ରମିତ ଓ ୪୩ ମୃତ

ନୂଆଦିଲ୍ଲୀ : ଦେଶରେ କମିଲା କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟାରେ ବି ଲାଗିଛି ବ୍ରେକ୍ । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୦ ତଳେ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ୧୧ହଜାର ୫୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୩,୩୯,୪୨୯ କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୭,୩୩୨ କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ୧.୧୯% । ଗତ ୨୪ ଘଣ୍ଟା ମଧ୍ୟରେ ୧୨,୭୮୩ ରୋଗୀ ସୁସ୍ଥ ହୋଇଥିବା ବେଳେ ସମଗ୍ର ଦେଶରେ ମୋଟ ୪ କୋଟି ୩୭ ଲକ୍ଷ ୧୨ ହଜାର ୨୧୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ସୁସ୍ଥ ହାର ୯୮.୫୯% କୁ ବୃଦ୍ଧି ପାଇଛି। ୯୯,୮୭୯ ସକ୍ରିୟ ମାମଲା ରହିଛି । ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୩% ଅଟେ। ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୦.୨୩% । ଅନ୍ୟପକ୍ଷରେ ଦେଶରେ ମୋଟ ଟିକାକରଣ ୨, ୦୯, ୬୭, ୦୬, ୮୯୫ ହୋଇଥିବା ବେଳେ ଗତ ଶନିବାର ୨୬, ୫୮, ୭୫୫ ଟିକାକରଣ ହୋଇଥିବାର ଜଣାପଡିଛି ।

Exit mobile version