Site icon ଆଜିକାଲି

ମହିଳା ଏସିଆ କପ: ଥାଇଲ୍ୟାଣ୍ଡକୁ ୯ ୱିକେଟରେ ହରାଇଲା ଭାରତ


ସିଲହେଟ୍ : ଏସିଆ କପ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସୋମବାର ଭାରତୀୟ ମହିଳା ଦଳ କମାଲ । ସୋମବାର ଥାଇଲ୍ୟାଣ୍ଡକୁ ୯ ୱିକେଟରେ ହରାଇଲା ଭାରତ । ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଥାଇଲ୍ୟାଣ୍ଡ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି।

ପାକିସ୍ତାନକୁ ହରାଇଥିବା ଥାଇଲ୍ୟାଣ୍ଡ ପ୍ରଥମେ ଭାରତୀୟ ବୋଲରଙ୍କୁ ଯାଦୁରେ ଫସି ଯାଇଥିଲା। ପୂରା ଟିମ୍‌ ମାତ୍ର ୩୭ ରନ କରି ଅଲଆଉଟ ହୋଇଯାଇଥିଲା। ଏହାପରେ ଭାରତ ଏହି ୩୮ ରନର ଟାର୍ଗେଟକୁ ମାତ୍ର ୬ ଓଭରରେ ହାସଲ କରି ୯ ୱିକେଟରେ ମ୍ୟାଚ୍‌କୁ ଜିତି ନେଇଥିଲା। ଏହି ବିଜୟ ସହ ଭାରତୀୟ ମହିଳା ଦଳ ଏସିଆ କପ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ନିଜକୁ ଆହୁରି ମଜବୁତ କରି ନେଇଛି। ଗ୍ରୁପ୍‌ ପର୍ଯ୍ୟାୟରେ ଭାରତୀୟ ମହିଳା ଦଳ ୬ଟି ମ୍ୟାଚ୍‌ ଖେଳି ୫ଟିରେ ଜିତିଛି।

ଭାରତ ଏକମାତ୍ର ମ୍ୟାଚ୍‌ ପାକିସ୍ତାନ ଠାରୁ ହାରିଥିଲା। ଏବେ ଦଳ ୧୦ ଏପଣ୍ଟ ପାଇ ସାରିଥିବାରୁ ସେମିରେ ନିଜର ସ୍ଥାନ ପକ୍କା କରି ନେଇଛି। ଭାରତ ପଛକୁ ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି। ୪ର୍ଥ ଦଳ ଭାବେ ଏସିଆ କପ ଆୟୋଜନ କରୁଥିବା ବାଂଲାଦେଶ ଓ ଥାଇଲ୍ୟାଣ୍ଡ ମଧ୍ୟରେ ସଂଘର୍ଷ ଚାଲିଛି। ଥାଇଲ୍ୟାଣ୍ଡ ୬ଟି ମ୍ୟାଚ୍‌ ଖେଳି ୬ ପଏଣ୍ଟ ପାଇଛି। ଦଳ ପାଖରେ ଆଉ ମ୍ୟାଚ୍‌ ନଥିବା ବେଳେ ନେଟ ରନ ରେଟ୍‌ -୦.୯୪୯ ରହିଛି। ହେଲେ ବାଂଲାଦେଶ ପାଖରେ ଆଉ ଗୋଟିଏ ମ୍ୟାଚ୍‌ ରହିଛି। ଦଳ ଏବେ ୪ ପଏଣ୍ଟ ପାଇଛି ଓ ନେଟ ରନ ରେଟ +୦.୪୨୩ ରହିଛି। ତେଣୁ ଦଳକୁ ସେମିକୁ ଯିବା ହେଲେ କେବଳ ଶେଷ ମ୍ୟାଚ୍‌ ଜିତିବାକୁ ପଡ଼ିବ।

Exit mobile version