Site icon ଆଜିକାଲି

ମହିଳା ଜୁନିଅର ବିଶ୍ୱକପ ହକି : କାନାଡାକୁ ୧୨-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କଲା ଭାରତ

ସାଣ୍ଟିଆଗୋ – ମହିଳା ଜୁନିଅର ବିଶ୍ୱକପ ହକି ପ୍ରତିଯୋଗିତାରେ ଏକ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ନିଜର ପ୍ରଥମ ମ୍ୟାଚରେ ଭାରତ, କାନାଡାକୁ ୧୨- ୦ ଗୋଲରେ ମାତ୍ ଦେଇଛି । ଭାରତ ପକ୍ଷରୁ ମୁମତାଜ ଖାନ ସର୍ବାଧିକ ୪ଟି ଗୋଲ୍ ସ୍କୋର କରିଥିଲେ । ଅନୁ ଓ ଦୀପିକା ସୋରେଙ୍ଗ ତିନିଟି ଲେଖାଏଁ ଗୋଲ୍ ‌ସ୍କୋର କରିଥିବା ବେଳେ ଓଡ଼ିଶାର ଦୀପି ମୋନିକା ଟପ୍ପୋ ଓ ନୀଲମ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୪-୦ ଗୋଲରେ ଆଗୁଆ ଥିଲା ।

ସୂଚନାଯୋଗ୍ୟ ଯେ, ଭାରତୀୟ ଜୁନିଅର ହକି ଦଳରେ ୫ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପି ମୋନିକା ଟପ୍ପୋ, ସୁନେଲିତା ଟପ୍ପୋ, ଜ୍ୟୋତି ଛତ୍ରୀ, ମାଧୁରୀ କିଣ୍ଡୋ ଓ ସୁଜାତା କୁଜୁର।

Exit mobile version