Site icon ଆଜିକାଲି

ବିଶ୍ୱସ୍ତରୀୟ ହେବ ମହିଳା ପ୍ରିମିୟର ଲିଗ୍‌, ପ୍ରମୁଖ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର କ୍ରେଜ୍‌ ଏତେ ବୃଦ୍ଧି ପାଇଛି ଯେ ବିଶ୍ୱର ଭେଟେରାନ କ୍ରିକେଟରମାନେ ଏଥିରେ ଖେଳିବାକୁ ଚାହୁଁଛନ୍ତି। ଏହାକୁ ଗତ କିଛି ବର୍ଷ ଧରି ସଫଳତାର ସହ ଆୟୋଜନ କରିଛି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ)। ପୁରୁଷଙ୍କ ପରି ବର୍ତ୍ତମାନ ମହିଳାମାନଙ୍କ ପାଇଁ ମଧ୍ୟ ଏକ ସମାନ ଲିଗ୍ ତଥା ଡବ୍ଲୁପିଏଲ ଆୟୋଜନ କରାଯାଉଛି। ଏଥିପାଇଁ ଖେଳାଳିଙ୍କ ନିଲାମ ତଥା ଡବ୍ଲୁପିଏଲ୍ ନିଲାମ ଡିସେମ୍ବର ୯ରେ ଅନୁଷ୍ଠିତ ହେବ।

ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ର ଦ୍ୱିତୀୟ ସିଜନ୍ ପାଇଁ ଖେଳାଳି ନିଲାମ ଡିସେମ୍ବର ୯ରେ ମୁମ୍ବାଇରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଜନ୍ ପାଇଁ ପ୍ଲେୟାର ନିଲାମ ସମୟରେ ୧୬୫ ଖେଳାଳିଙ୍କ ଉପରେ ନିଲାମୀ ହେବ। ଡବ୍ଲୁପିଏଲର ଦ୍ୱିତୀୟ ସିଜନ୍ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଅନୁଷ୍ଠିତ ହେବାର ସମ୍ଭାବନା ଅଛି। ନିଲାମରେ ୧୬୫ ଖେଳାଳିଙ୍କ ମଧ୍ୟରୁ ୧୦୪ ଜଣ ଭାରତୀୟ ଏବଂ ୬୧ ଜଣ ବିଦେଶୀ କ୍ରିକେଟର। ସେଥିମଧ୍ୟରୁ ୧୫ ଜଣ ସହଯୋଗୀ ଦେଶର ଖେଳାଳି।

ଆଇପିଏଲ୍ ପରି ଡବ୍ଲୁପିଏଲ୍ ମ୍ୟାଚ୍ ମଧ୍ୟ ଆସନ୍ତା ସିଜନରେ ବିଭିନ୍ନ ସହରରେ ଆୟୋଜିତ ହୋଇପାରିବ। ବର୍ତ୍ତମାନ ମୁମ୍ବାଇ ଏବଂ ବେଙ୍ଗାଲୁରୁ ଏହି ରେସରେ ଆଗରେ ଅଛନ୍ତି। ଡବ୍ଲୁପିଏଲର ପ୍ରଥମ ସିଜିନର ମ୍ୟାଚ୍ ଚଳିତ ବର୍ଷ ୪ ରୁ ୨୬ ମାର୍ଚ୍ଚ ମଧ୍ୟରେ ମୁମ୍ବାଇର ଡିବାଇ ପାଟିଲ୍ ଷ୍ଟାଡିୟମ୍ ଏବଂ ବ୍ରାବୋର୍ନ୍ ଷ୍ଟାଡିୟମରେ ଖେଳାଯାଇଥିଲା। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ମ୍ୟାଚ୍ ସ୍ଥାନଗୁଡିକ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ଡିସେମ୍ବର ପରେ ଅର୍ଥାତ୍‌ (ଡବ୍ଲୁପିଏଲ୍ ନିଲାମ ତାରିଖ) ପରେ ନିଆଯାଇପାରେ। ଏଥର ବିଭିନ୍ନ ସହରରେ ଲିଗ୍ ମ୍ୟାଚ୍ ଆୟୋଜିତ ହେବାର ସମସ୍ତ ସମ୍ଭାବନା ଅଛି।

Exit mobile version