Site icon ଆଜିକାଲି

ମହିଳା ଟି-୨୦ ବିଶ୍ବକପ : ସେମିଫାଇନାଲରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ, ବୋଲିଂ କରିବ ଭାରତ

କେପଟାଉନ : ଆଇସିସି ମହିଳା ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ଆଜି ଭାରତ ଓ ଅଷ୍ଟ୍ରେଲିଆ ମୁକାବିଲା । ଏହି ମ୍ୟାଚ ଦକ୍ଷିଣ ଆଫ୍ରିକାର କେପଟାଉନ ସ୍ଥିତ ନ୍ୟୁଲ୍ୟାଣ୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ଏଥିରେ ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ଭାରତ ଥିବା ବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ଫଳରେ ପ୍ରଥମେ ବୋଲିଂ କରିବ ଭାରତ ।

ତେବେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ପୂଜା ବସ୍ତ୍ରକର ଶ୍ୱାସକ୍ରିୟା ଜନିତ ସଂକ୍ରମଣ କାରଣରୁ ଟିମରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ସ୍ନେହ ରାଣାଙ୍କୁ ଖେଳାଯାଉଛି । ସେହିପରି ରାଜେଶ୍ବରୀ ଗାଏକ୍ବାଡଙ୍କ ସ୍ଥାନରେ ରାଧା ଯାଦବଙ୍କୁ ଖେଳାଯାଉଛି । ଭାରତ ପରି ଅଷ୍ଟ୍ରେଲିଆ ଦଳରେ ବି ଦୁଇଟି ପରିବର୍ତ୍ତନ କରାଯାଇଛି । ଆଲାନା କିଙ୍ଗଙ୍କ ସ୍ଥାନରେ ଜେସ୍ ଜୋନାସେନ ଓ ଆନାବେଲ ସଦରଲାଣ୍ଡଙ୍କ ସ୍ଥାନରେ ଆଲିସା ହିଲିଙ୍କୁ ସାମିଲ କରାଯାଇଛି ।

Exit mobile version