Site icon ଆଜିକାଲି

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ : କାଂସ୍ୟ ପଦକରେ ସନ୍ତୁଷ୍ଟ ଭାରତୀୟ ଯୋଡି ସାତ୍ଵିକ-ଚିରାଗ

ନୂଆଦିଲ୍ଲୀ : ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ-୨୦୨୨ରେ ଭାରତୀୟ ଷ୍ଟାର୍ ଯୋଡି ଚିରାଗ ସେଟ୍ଟି ଓ ସାତ୍ୱିକ ସାଇରାଜ ରଙ୍କିରେଡ୍ଡି ଦମଦାର ପ୍ରଦର୍ଶନ ସତ୍ତ୍ୱେ ସ୍ଵର୍ଣ୍ଣ ପଦକ ସ୍ଵପ୍ନ ଭାଙ୍ଗିଲା । ଶନିବାର ଅନୁଷ୍ଠିତ ସେମିଫାଇନାଲରେ ମାଲେସିଆ ଯୋଡି ଆରୋନ ଚିୟା ଓ ସୋହ ଉଇ ଚିରାଗ ଓ ସାତ୍ୱିକଙ୍କୁ ୨୦-୨୨, ୨୧-୧୮ ଓ ୨୧-୧୬ ସେଟରେ ହରାଇଥିଲେ । ଫଳରେ ଏହି ଭାରତୀୟ ଯୋଡି ପରାସ୍ତ ହୋଇ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି ।

ଚିରାଗ ଓ ସାତ୍ୱିକଙ୍କ ଯୋଡି ଲଗାତର ଭଲ ପ୍ରଦର୍ଶନ କରୁଛି । ନିକଟରେ ଉଭୟ ରାଜ୍ୟଗୋଷ୍ଠୀ କ୍ରୀଡାରେ ସୁନା ହାସଲ କରିଥିଲେ । ତେଣୁ ସମସ୍ତେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ବି ଏମାନେ ସୁନା ଜିତିବେ ବୋଲି ଆଶା କରିଥିଲେ । କିନ୍ତୁ ସେମିଫାଇନାଲରେ ସେମାନେ ପରାସ୍ତ ହୋଇଛନ୍ତି । ଉଭୟ ପ୍ରଥମ ସେଟରେ ୨୨-୨୦ରେ ଆଗୁଆ ଥିଲେ । କିନ୍ତୁ ଦ୍ୱିତୀୟ ସେଟରେ ୧୮-୨୧ ଓ ତୃତୀୟରେ ୧୬-୨୧ରେ ପରାସ୍ତ ହୋଇଥିଲେ ।

ବିଶ୍ଵ ବ୍ୟାଡମିଣ୍ଟ ଚାମ୍ପିଅନସିପରେ ଏଥର ଭାରତୀୟ ଖେଳାଳି ବହୁତ ନିରାଶ କରିଛନ୍ତି। କେବଳ ସାତ୍ଵିକ-ଚିରାଗଙ୍କ ଯୋଡି ପଦକ ଜିତିବାରେ ସଫଳ ହୋଇଛନ୍ତି। ସାତ୍ଵିକ-ଚିରାଗଙ୍କ ସେମିରେ ପରାଜୟ ସହିତ ବିଶ୍ଵ ଚାମ୍ପିଅନସିପରେ ଭାରତର ଅଭିଯାନ ସମାପ୍ତ ହୋଇଛି। ସାତ୍ଵିକ ଏବଂ ଚିରାଗ ଯୋଡିଙ୍କ ମାଲେସିଆର ଯୋଡିଙ୍କ ହାତରୁ ଏହା ଲଗାତାର ଷଷ୍ଠ ପରାଜୟ। ଚଳିତ ମାସ ଆରମ୍ଭରେ ରାଜ୍ୟଗୋଷ୍ଠୀ କ୍ରୀଡାର ଫାଇନାଲରେ ମଧ୍ୟ ଏହି ଯୋଡିଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ପରାଜୟ ସତ୍ଵେ ଭାରତୀୟ ଯୋଡି ବିଶ୍ଵ ଚାମ୍ପିଅନସିପରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି ଏବଂ ଭାରତକୁ ପଦକ ସୁନିଶ୍ଚିତ କରିଛନ୍ତି। ଭାରତ ୨୦୧୧ ପରଠୁ ଏହି ପ୍ରତିଯୋଗିତାରେ ସର୍ବଦା ପଦକ ଜିତି ଆସିଛି। ଏହା ଭାରତର ବିଶ୍ଵ ଚାମ୍ପିଅନସିପରେ ଯୁଗଳ ବର୍ଗରେ ଦ୍ଵିତୀୟ ପଦକ। ଏହା ପୂର୍ବରୁ ଜ୍ଵାଳା ଗୁଟ୍ଟି ଏବଂ ଅଶ୍ଵିନୀ ପୋନପ୍ପାଙ୍କ ଯୋଡି ୨୦୧୧ରେ ମହିଳା ଯୁଗଳ ବର୍ଗରେ କାଂସ୍ୟ ପଦକ ଜିତିଥିଲେ।

ସୂଚନା ଯେ, ଏହା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ ପୁରୁଷ ବର୍ଗରେ ଭାରତର ପ୍ରଥମ ପଦକ ଅଟେ । ତେବେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଏହା ଭାରତର ଦ୍ୱିତୀୟ ପଦକ ଅଟେ । ଏହାପୂର୍ବରୁ ୨୦୧୧ରେ ଭାରତୀୟ ମହିଳା ଡବଲ୍ସ ବର୍ଗରେ ବ୍ରୋଞ୍ଜ୍ ହାତେଇଥିଲେ । ଏହି ପଦକ ଜ୍ୱାଳା ଗୁପ୍ତା ଓ ଅଶ୍ୱିନୀ ପୋନପ୍ପାଙ୍କ ଯୋଡି ଭାରତକୁ ଦେଇଥିଲା । ଏବେ କିନ୍ତୁ ଏହି ଯୋଡି ସେମିଫାଇନାଲରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି । ସେତେବେଳେ ଜ୍ୱାଳା ଓ ଅଶ୍ୱିନୀ ଚାଇନା ଖେଳାଳିଙ୍କୁ ମାତ୍ ଦେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

Exit mobile version