Site icon ଆଜିକାଲି

ଆଜି ‘ଆର୍ଥ ଆୱାର୍’, ସନ୍ଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଅନ୍ଧାର

ନୂଆଦିଲ୍ଲୀ : ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍’ । ଘଣ୍ଟାକ ପାଇଁ ଅନ୍ଧାରରେ ରହିବ ସାରା ଦୁନିଆ । ବିଜୁଳି ସଂରକ୍ଷଣ ପାଇଁ ସନ୍ଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଲାଇଟ୍ସ ଅଫ୍ ରହିବ । ୱାର୍ଲଡ୍ ୱାଇଡ୍ ଫଣ୍ଡ ଫର୍ ନେଚର ବା ଡବ୍ଲୁଡବ୍ଲୁଏଫ ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି ‘ଇନଭେସ୍ଟ ଅନ ଆୱାର ପ୍ଲାନେଟ’ ।

ଗତ ୨୦୦୭ରେ ଅଷ୍ଟ୍ରେଲିଆର ସିଡ୍‌ନୀ ସହରରେ ଲୋକମାନେ ଘଣ୍ଟାଏ ଲାଇଟ୍‌ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ସେବେଠାରୁ ୧୯୦ରୁ ଅଧିକ ଦେଶରେ ପ୍ରତିବର୍ଷ ମାର୍ଚ୍ଚ ୨୫ ତାରିଖରେ ‘ଆର୍ଥ ଆୱାର୍‌’କୁ ପାଳନ କରାଯାଉଛି । ଗତବର୍ଷ ‘ଆର୍ଥ ଆୱାର୍‌’ ସମୟରେ ଲୋକେ ୧୭୧ ମେଗାୱାଟ୍‌ ବିଜୁଳି ସଞ୍ଚୟ କରିଥିଲେ । ଏହାପୂର୍ବରୁ ୨୦୨୧ରେ ୩୩୪ ମେଗାୱାଟ୍‌, ୨୦୨୦ରେ ୭୯ ବିଜୁଳି ସଂଚୟ ହୋଇଥିଲା । ‘ଆର୍ଥ ଆୱାର୍‌’ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ବିଜୁଳି ସଂଚୟ ସହ ପ୍ରକୃତିର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ।

Exit mobile version