Site icon ଆଜିକାଲି

ବିଶ୍ୱକପ୍‌ ୨୦୨୩ : ଆଜି ବାଂଲାଦେଶ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌

କୋଲକାତା : ବିଶ୍ୱକପ୍‌ ୨୦୨୩ରେ ଆଜି କୋଲକାତାରେ ଖେଳାଯିବ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ । ମଙ୍ଗଳବାର ଅପରାହ୍ନ ୨ଟାରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ବାଂଲାଦେଶ । ଟୁର୍ଣ୍ଣାମେଣ୍ଟର ଏହା ୩୧ ତମ ମ୍ୟାଚ୍‌ । ତେବେ ସେମି ରାସ୍ତାରେ ଆଗକୁ ଯିବାକୁ ହେଲେ, ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ରେ ବିଜୟୀ ଜରୁରୀ । ଖାସ୍‌ କରି ପାକିସ୍ତାନ ଟିମ୍‌ ଲାଗି, ଯଦି ପାକିସ୍ତାନ ଆଜିର ମ୍ୟାଚ୍‌ରେ ପରାଜୟ ହେଉଛି । ତେବେ ବିଶ୍ୱକପ୍‌ର ସେମି ରେସ୍‌ରୁ ଆଉଟ୍‌ ହୋଇଯିବ ଦଳ।

ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଟିମ୍‌ ବିଶ୍ୱକପ୍‌ ୨୦୨୩ରେ ୬ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୨ଟିରେ ବିଜୟୀରେ ହୋଇଥିବା ବେଳେ ୪ଟିରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ଟିମ୍ ଭଲ ଥିଲେ ମଧ୍ୟ ଚଳିତ ବିଶ୍ୱକପ୍‌ରେ ଟିମ୍‌ ପ୍ରଭାବଶାଳୀ ପ୍ରଦର୍ଶନ କରିପାରିନାହିଁ । ଯାହାଫଳରେ ଟିମ୍‌ ଏବେ ୪ ଅଙ୍କ ପାଇଁ ପଏଣ୍ଟ ଟେବୁଲ୍‌ର ୭ମ ସ୍ଥାନରେ ରହିଛି ।

ସେହିପରି ବାଂଲାଦେଶ ଟିମ୍‌ ଏବେ ସୁଦ୍ଧା ୬ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ବାକି ୫ଟି ମୁକାବିଲାରେ ପରାଜୟର ସମ୍ମୁଖୀନ ହୋଇଛି । ଟିମ୍‌ ପାଇଁ ଆହତ ସମସ୍ୟା ବେଶ୍‌ ଚିନ୍ତାଜନକ ରହିଛି । ତଥାପି ବଡ଼ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାରେ ବାଂଲା ଟିମ୍‌ ମାହିର । ତେଣୁ ସେମି ରେସ୍‌ରେ ରହିବାକୁ ହେଲେ ଆଜିର ମ୍ୟାଚ୍‌ ବିଜୟୀ ଜରୁରୀ । ଦଳ ବର୍ତ୍ତମାନ ସୁଦ୍ଧା ୨ ଅଙ୍କ ପାଇ ପଏଣ୍ଟ ଟେବୁଲର୍‌ ନବମ ସ୍ଥାନରେ ରହିଛି । ସେପଟେ ଇଡେନ୍‌ ଗାର୍ଡେନରେ ଖେଳାଯାଇଥିବା ପୂର୍ବ ମ୍ୟାଚ୍‌ ଲୋ ସ୍କୋରିଂ ଥିଲା । ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍‌ ଲାଗି ନୂଆ ପିଚ୍‌ ପ୍ରସ୍ତୁତ ହୋଇଛି । ତେଣୁ ଏହା ବୋଲରଙ୍କୁ ସୁହାଇବ ନା ବ୍ୟାଟରଙ୍କୁ , ତାହା ଦେଖିବାକୁ ବାକି ରହିଲା ।

ପାକିସ୍ତାନ ସମ୍ଭାବ୍ୟ ଦଳ :- ଅବ୍‌ଦୁଲ୍ଲା ଶଫିକ୍‌, ଇମାମ୍‌-ଉଲ୍‌-ହକ୍/ ଫଖର ଜମାନ୍‌, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜଓ୍ୱାନ୍‌, ସୌଦ ସକିଲ, ଉଫ୍‌ତିଖର ଅହମ୍ମଦ, ମହମ୍ମଦ ନଓ୍ୱାଜ୍‌, ଉସ୍‌ମା ମୀର, ମହମ୍ମଦ ଓ୍ୱାସିମ୍‌, ସାହିନ ଆଫ୍ରିଦା, ହାରିସ୍‌ ରୌଫ୍‌

ବାଂଲାଦେଶ ସମ୍ଭାବ୍ୟ ଦଳ :- ଲିଟ୍‌ନ ଦାସ୍‌, ତନଜିଦ୍‌ ହାସାନ, ମେହଦି ହାସନ ମିରାଜ, ନଜମୁଲ୍‌ ହୋସେନ୍‌ ଶାନ୍ତୋ, ସାକିବ୍‌ ଅଲ୍‌ ହାସନ (ଅଧିନାୟକ), ମୁସଫିକର ରହିମ୍‌, ମହମ୍ମୁଦୁଲ୍ଲା, ଟସ୍କିନ୍‌ ଅହମ୍ମଦ, ମୁସ୍ତଫିଜୁର ରେହମାନ, ଶରିଫୁଲ୍‌ ଇସ୍‌ଲାମ୍

Exit mobile version