Site icon ଆଜିକାଲି

ବିଶ୍ୱକପ୍‌ ୨୦୨୩ : ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ ପାକିସ୍ତାନ-ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ : ଆଇସିସି ବିଶ୍ୱକପ୍‌ ୨୦୨୩ରେ ଶୁକ୍ରବାର ଦିନ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ଦଳ । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ମୁକାବିଲା । ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ୍‌ ।

ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ରେ ବିଜୟୀ ନିହାତ ଜରୁରୀ । ଚଳିତ ବିଶ୍ୱକପ୍‌ରେ ଉଭୟ ଟିମ୍‌ଙ୍କ ପ୍ରଦର୍ଶନ ସେତେଟା ଭଲ ନାହିଁ । ଅଷ୍ଟ୍ରେଲିଆ ଟିମ୍‌ ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ଗୋଟିଏରେ ବିଜୟୀ ହୋଇଥିବା ବେଳେ ୨ଟି ପରାସ୍ତ ହୋଇଛି । ବାକି ପାକିସ୍ତାନ ମଧ୍ୟ ୩ଟି ମୁକାବିଲା ଖେଳି ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଛି ।

ତେବେ ବେଙ୍ଗାଲୁରୁ ଏହି ମ୍ୟାଚ୍‌ ଖେଳାଯିବ । ଏଠାରେ ପିଚ୍‌ ସବୁବେଳେ ବ୍ୟାଟିଂ ପାଇଁ ଅନୁକୁଳ ରହିଥାଏ । ତେଣୁ ଆଜିର ମ୍ୟାଚ୍‌ରେ ଏକ ହାଇସ୍କୋରିଂ ଗେମ୍‌ ହେବାର ଆଶା ରହିଛି । ଖାସ୍‌ କରି ବେଙ୍ଗାଲୁରୁ ବାଉଣ୍ଡାରୀ ଲାଇନ୍‌ ଛୋଟ ରହିଥାଏ । ତେଣୁ ବଡ଼ ପରିମାଣରେ ରନ୍‌ ହୋଇଥାଏ । ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ୧୦ ଥର ଭେଟିଛନ୍ତି । ଏଥିରୁ ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି ।

ପାକିସ୍ତାନ ସମ୍ଭାବ୍ୟ ଦଳ : ଅବ୍‌ଦୁଲ୍ଲା ଶଫିକ, ଇମାମ-ଉଲ୍‌-ହକ୍‌, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜଓ୍ୱାନ୍‌, ସୌଦ ସକିଲ, ମହମ୍ମଦ ନଓ୍ୱାଜ/ଶଦାବ ଖାନ୍‌, ଇଫତିଖର ଅହମ୍ମଦ, ଉସମା ମିର, ହାସଲ ଅଲି, ସାହିନ ଶାହ ଆଫ୍ରିଦି, ହାରିସ ରୌଫ ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ : ଡେଭିଡ୍‌ ଓ୍ୱାର୍ଣ୍ଣର, ମିଚେଲ୍‌ ମାର୍ଶ, ଷ୍ଟିଭେନ୍‌ ସ୍ମିଥ୍‌, ମାର୍ନସ ଲାବୁସାନ, ଜୋସ ଇଂଲିଶ, ଗ୍ଲେନ୍‌ ମ୍ୟାକ୍ସେଓ୍ୱେଲ, ମାର୍କସ ଷ୍ଟଇନିସ, ମିଚେଲ୍‌ ଷ୍ଟାର୍କ, ପ୍ୟାଟ କମିନ୍ସ (ଅଧିନାୟକ), ଆଡାମ ଜାମ୍ପା, ଜୋସ ହେଜେଲଉଡ୍‌ ।

Exit mobile version