Site icon ଆଜିକାଲି

ବିଶ୍ୱକପ ଫାଇନାଲ : ଭାରତ ୨୪୦ ରନରେ ଅଲଆଉଟ୍‌

ନୂଆଦିଲ୍ଲୀ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯାଉଛି । ଭାରତ ୫୦ ଓଭରରେ ଅଲଆଉଟ ହୋଇ ୨୪୦ ରନ୍‌ କରିଛି। ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଇଛି ଭାରତ । ଆଉ ଏବେ ଭାରତର ବୋଲିଂ ଏବଂ ଫିଲ୍ଡିଂ ଉପରେ ଭାରତୀୟ ଫ୍ୟାନ୍ସ ଆଶା ରଖିଛନ୍ତି ।

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଫଳରେ ଭାରତ ବ୍ୟାଟିଂ କରିଥିଲା । କିନ୍ତୁ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଅଷ୍ଟ୍ରେଲିଆ ଦଳର ବୋଲିଂ ଏବଂ ଫିଲ୍ଡିଂ ଆଗରେ ଭାରତ ଏପର୍ଯ୍ୟନ୍ତ ଭଲ ସ୍କୋର କରିପାରିନାହିଁ । ଆଉ ଷ୍ଟାଡିୟମରେ ବସିଥିବା ୧.୩୦ ଲକ୍ଷ ଲୋକ ଚୁପ୍ ହୋଇଯାଇଛନ୍ତି । ଦର୍ଶକଙ୍କ ମଧ୍ୟରେ ସେମିତି କିଛି ଉତ୍ସାହ ଦେଖିବାକୁ ମିଳିନାହିଁ ।

ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ଭାରତକୁ ବ୍ୟାଟିଂ ଦେଇଥିଲା । ହେଲେ ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ୪ ରନ କରି ଆଉଟ ହୋଇଛନ୍ତି ଶୁବମନ ଗିଲ । ଗିଲଙ୍କ ଆଉଟ୍ ପରେ କ୍ୟାଚ ଆଉଟ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା । ସେ ୩୧ ବଲରେ ୪୭ ରନ ସଂଗ୍ରହ କରି ପାଭିଲିୟନକୁ ଫେରିଯାଇଛନ୍ତି । ମ୍ୟାକ୍ସୱେଲଙ୍କ ବଲକୁ ବୁଝି ନପାରି କ୍ୟାଚ ଆଉଟ ହୋଇଛନ୍ତି ରୋହିତ । ପରେ ପରେ ଶ୍ରେୟସ ଆୟର ମଧ୍ୟ କ୍ୟାଚ ଆଉଟ ହୋଇଛନ୍ତି । ଏହାପରେ ବିରାଟ ଏବଂ କେଏଲ ରାହୁଲ ପାରି ସମ୍ଭାଳିଥିଲେ । କିନ୍ତୁ ବିରାଟ ଅର୍ଦ୍ଧଶତକ ମାରିବା ପରେ ପ୍ୟାଟ୍ କେମିନ୍ସଙ୍କ ବଲରେ ବୋଲ୍ଡ ହୋଇଛନ୍ତି କୋହଲି । ଜାଡେଜା ୯ ରନ କରି ଆଉଟ ହୋଇଥିବା ବେଳେ କେଏଲ ରାହୁଲ ୬୬ ରନ୍ କରି ଆଉଟ ହୋଇଯାଇଛନ୍ତି । ଫଳରେ ଭାରତୀୟଙ୍କ ଆଶା ମଉଳିଯାଇଛି । ଜାଡେଜା ଆଉଟ ହେବା ପରେ କେଏଲ ରାହୁଲଙ୍କ ସାଥ ଦେବାକୁ ପଡିଆକୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । କେଏଲ ରାହୁଲ ଆଉଟ ହେବା ପରେ ସାମି, ବୁମରା ମଧ୍ୟ ଆଉଟ୍ ହୋଇଛନ୍ତି । କୁଲଦୀପ ୧୦ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିବା ବେଳେ ସିରାଜ ୯ ରନ କରି ଅପରାଜିତ ରହିଛନ୍ତି ।

Exit mobile version