Site icon ଆଜିକାଲି

ବିଶ୍ୱକପ ହକି : ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ

ଭୁବନେଶ୍ୱର : ପ୍ରଥମ ବିଦେଶୀ ଦଳ ଭାବେ ଓଡ଼ିଶା ପହଞ୍ଚିଲା ନେଦରଲ୍ୟାଣ୍ଡସ ହକି ଟିମ୍ । ଭୁବନେଶ୍ଵର ବିମାନବନ୍ଦରରେ ଟିମକୁ ଦିଆଗଲା ଭବ୍ୟ ସ୍ୱାଗତ । ଆସନ୍ତା ୧୦ ତାରିଖରେ ରାଉରକେଲା ଗସ୍ତ କରି  ୧୪ରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମାଲେସିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ନେଦରଲାଣ୍ଡସ ।

ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁ ଯାଉଛି ହକି ବିଶ୍ୱକପ । ଏଥିପାଇଁ ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଛି ନେଦରଲାଣ୍ଡସ । ୨୦୧୮ ବିଶ୍ବକପରେ ଉପବିଜେତା ହୋଇଥିଲା ନେଦରଲାଣ୍ଡସ । ଏହା ସହ ଏପର୍ଯ୍ୟନ୍ତ ୩ଥର ବିଶ୍ୱବିଜେତା ହୋଇଥିବା ବେଳେ ମୋଟ ୬ଥର ଫାଇନାଲକୁ ପ୍ରବେଶ କରିଛି ଟିମ୍ ନେଦରଲ୍ୟାଣ୍ଡସ । ତେଣୁ ଏଥର କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ଗ୍ରୁପ ସି’ରେ ନେଦରଲ୍ୟାଣ୍ଡସ ସହ ନ୍ୟୁଜିଲାଣ୍ଡ, ଚିଲି ଓ ମାଲେସିଆ ଅଛନ୍ତି । ଅପରପକ୍ଷେ ଆସନ୍ତାକାଲି ଚିଲି, ଜାପାନ, ଆର୍ଜେଣ୍ଟିନା ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ ।

Exit mobile version