Site icon ଆଜିକାଲି

ବିଶ୍ୱ ପରିବେଶ ଦିବସ : ‘ଏକ୍ ପେଡ଼୍ ମାଁ କେ ନାମ’ ଅଭିଯାନ ଆରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ : ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶ ସନ୍ତୁଳନ କରିବା ମନୁଷ୍ୟ ସମାଜର କର୍ତ୍ତବ୍ୟ । ପ୍ରକୃତି ସହିତ ଜୀବନ ଓ ଜୀବିକା ଅଙ୍ଗାଙ୍ଗୀଭାବେ ଜଡିତ । ବିଶ୍ବ ପରିବେଶ ଦିବସ ଉପଲକ୍ଷେ ‘ଏକ୍ ପେଡ଼୍ ମାଁ କେ ନାମ’ ଅଭିଯାନ ଆରମ୍ଭ କଲେ ମୋଦୀ । ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନ ଆରମ୍ଭ କରିଛନ୍ତି । ବିଶ୍ୱ ପରିବେଶ ଦିବସ ଅବସରରେ ନରେନ୍ଦ୍ର ମୋଦି ବୃକ୍ଷ ରୋପଣ କରିଛନ୍ତି । ବୁଦ୍ଧ ଜୟନ୍ତୀ ପାର୍କରେ ଚାରା ରୋପଣ କରି ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ସାରା ଦେଶରେ ଚାରା ରୋପଣ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଏସବୁକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁନ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଏ । ତେଣୁ ଏହି ଦିବସରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୦ଟା ୪୫ ପାଖାପାଖି ଦିଲ୍ଲୀ ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ବିଶ୍ବ ପରିବେଶ ଦିବସ ଅବସରରେ ‘ଏକ୍ ପେଡ଼୍ ମାଁ କେ ନାମ’ ଅଭିଯାନ ଅନ୍ତର୍ଗତ ଚାରା ରୋପଣ କରିଥିଲେ । ଏହି ଅଭିଯାନରେ ଦେଶରେ ବୃକ୍ଷରୋପଣ କରିବା ପାଇଁ ସାରା ଦେଶ ବାସୀଙ୍କୁ ଅନୁରୋଧ କରାଯାଇଛି । ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡ଼ିବ ଯେ ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ।

Exit mobile version